ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କଲା ନିରୁପାୟ ମା’

ଆମ୍ରେଲି : ଗୁଜୁରାଟର ଆମ୍ରେଲି ଜିଲ୍ଲାର ଖେଡା ଗ୍ରାମରେ ମାନସିକ ଅସୁସ୍ଥ ଭଉଣୀକୁ ହଇରାଣ କରୁଥିବାରୁ ୩୦ ବର୍ଷର ପୁଅକୁ ହତ୍ୟା କରିଛି ଜଣେ ନିରୁପାୟ ମା’ । ସୋମବାର ପୋଲିସ ଏହି ସୂଚନା ଦେଇଛି । ସୋମବାର ବିଳମ୍ବିତ ରାତିରେ ପିପବାବ ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ରବିବାର ବିଳମ୍ବିତ ରାତିରେ ସାବଜୀ ଶିଆଲକୁ ତା’ ମା ଦୁଧିବେନ୍ ଏବଂ ମୁନ୍ନା ବାରାୟା ନାମକ ଜଣେ ପଡ଼ୋଶୀ ମାଡ଼ ମାରିଥିଲେ, ଯେଉଁଥିଲେ ତାର ମୃତ୍ୟୁ ହୋଇଥିଲା ।

ଶିଆଲଙ୍କୁ ଶାନ୍ତ କରିବା ପାଇଁ ଦୁଧିବେନ୍ ତାଙ୍କ ପଡ଼ୋଶୀ ମୁନ୍ନାଙ୍କୁ ଡାକିଥିଲେ । ଯେତେବେଳେ ସମସ୍ତ ଚେଷ୍ଟା ବିଫଳ ହେଲା, ଦୁହେଁ ତାଙ୍କୁ ବାଡ଼ିରେ ପିଟିଥିଲେ । ଯେତେବେଳେ ସେ ମରିଗଲା, ସେମାନେ ତାଙ୍କ ମୃତଦେହକୁ ଘରେ ଛାଡି ପଳାଇ ଯାଇଥିଲେ। କୁହାଯାଇଛି ଯେ, ଶିଆଲଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ ଦୁଧିବନ୍ ଏବଂ ମୁନ୍ନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି ଏବଂ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚାଲିଛି ।

Leave A Reply

Your email address will not be published.