କାୟଲାନା ହ୍ରଦରେ ଅଧିକାରୀ ନିଖୋଜ : ବୁଡ଼ିଯାଉଥିବା ବ୍ୟ‌କ୍ତି‌ଙ୍କୁ ବଂଚାଇବା ପାଇଁ କରୁଥିଲେ ଅଭ୍ୟାସ

ଯୋଧପୁର : ଯୋଧପୁରର କାୟଲାନା ହ୍ରଦରେବୁଡ଼ିଯାଉଥିବା ବ୍ୟ‌କ୍ତି‌ଙ୍କୁ ବଂଚାଇବା ପାଇଁ ରିହର୍ସାଲ ସମୟରେ ହେଲିକପ୍ଟରରୁ ପାଣି ଭିତରକୁ ଡେଇଁବା ପରେ ସେନାର ସ୍ପେଶାଲ ଫୋର୍ସ ୧୦ ପାରାର ୨୮ ବର୍ଷୀୟ କ୍ୟାପଟେନ ନିଖୋଜ ହୋଇଯାଇଛନ୍ତି । ତାଙ୍କ ସହିତ ପାଣିରେ ଡେଇଁ ପଡିଥିବା ଅବଶିଷ୍ଟ ତିନି ଜଣ ଯବାନ ତୁରନ୍ତ ପାଣିରୁ ବାହାରି ଯାଇଥିଲେ। କିନ୍ତୁ ଯେତେବେଳେ କ୍ୟାପଟେନ୍‌ ଅଙ୍କିତ ଗୁପ୍ତା ବାହାରକୁ ଆସି ନଥିଲେ, ସେନା ତଥା ବାୟୁସେନା ଉଦ୍ଧାର କାର୍ୟ୍ୟ ଆରମ୍ଭ କରିଥିଲେ । କିନ୍ତୁ ବିଳମ୍ବିତ ରାତି ପର୍ୟ୍ୟନ୍ତ କିଛି ସଂଧାନ ମିଳିଲା ନାହିଁ, ଅଭିଯାନ ବନ୍ଦ ହୋଇଗଲା ।

ଯୋଧପୁରରେ ସେନା ଅଧିକାରୀଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସ୍ଥାନୀୟ ନିଶ୍ଚିତତା ପୁ‌ଷ୍ଟି ହୋଇନାହିଁ । ପୋଲିସର ସୂଚନାନୁସାରେ, ସେନାର ୧୦ ପାରା ୟୁନିଟର କ୍ୟାପଟେନ ଅଙ୍କିତ ଗୁପ୍ତା ଗୁରୁଗାଓଁର ବାସିନ୍ଦା । ମଧ୍ୟାହ୍ନ ପ୍ରାୟ ୧୨ ଟାରେ ୟୁନିଟର ଜଣେ ଅଧିକାରୀଙ୍କୁ ହେଲିକପ୍ଟରରୁ ଦଉଡି ସାହାଯ୍ୟରେ ପାଣି ଭିତରକୁ ଓହ୍ଲାଇ ଦିଆଯାଇଥିଲା । ସେ ପାଣିରେ ବୁଡ଼ି ଯାଉଥିବା ବ୍ୟକ୍ତିଙ୍କୁ ବାହାର କରିବା ପାଇଁ ଅଭ୍ୟାସ କରୁଥିଲେ ।

Leave A Reply

Your email address will not be published.