ସ୍କୁଲ ବସ୍‌ରେ ଲାଗିଲା ନିଆଁ : ଅଳ୍ପକେ ବର୍ତ୍ତିଲେ ୨୧ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଆଜି ଦିନ ଦ୍ୱିପ୍ରହରରେ ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ରୋହିଣୀ ଅଞ୍ଚଳର ସେକ୍ଟର-୭ରେ ଏକ ବେସରକାରୀ ସ୍କୁଲ ବାଲଭାରତୀର ବସ୍‌ରେ ଅଚାନକ ନିଆଁ ଲାଗିଯାଇଥିଲା । ବସ୍‌ରେ ୨୧ ଜଣ ସ୍କୁଲ ପିଲା ବସିଥିବା ବେଳେ ସମସ୍ତଙ୍କୁ ସୁରକ୍ଷିତ ଭାବେ ବାହାରକୁ ବାହାର କରାଯାଇଛି । ଦମକଳବାହିନୀ ତୁରନ୍ତ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ।

Leave A Reply

Your email address will not be published.