
ନୂଆଦିଲ୍ଲୀ : ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ହାର ପୁଣି ଥରେ ହ୍ରାସ ପାଇଛି । ଯାହାକି ଖାଉଟିଙ୍କ ମୁହଁରେ ହସ ଫୁଟାଇଛି । ନଭେମ୍ୱର ପରେ ଡିସେମ୍ୱରରେ ମଧ୍ୟ ଏହି ଦରବୃଦ୍ଧି ହାର କମିଛି । ଆଜି ଜାରି ତଥ୍ୟ ଅନୁସାରେ, ଡିସେମ୍ୱରରେ ଏହି ଖୁଚୁରା ମୁଦ୍ରାସ୍ଫୀତି ଦର ୫.୭୨ ପ୍ରତିଶତ ରହିଥିଲା । ହେଲେ ନଭେମ୍ୱରରେ ଏହା ୫.୮୮ ପ୍ରତିଶତ ଥିଲା ।