ବିହାରରେ ଟ୍ରକ୍‌ ଓଲଟି ୮ ମୃତ

ପାଟନା : ବିହାରର ପୁର୍ନିଆ ଜିଲ୍ଲାରେ ଗତକାଲି ଏକ ମାଲ ବୋଝେଇ ଟ୍ରକ୍‌ରେ କିଛି ଶ୍ରମିକ ଯାଉଥିବା ବେଳେ ଟ୍ରକ୍‌ଟି ଓଲଟି ପଡିଥିଲା । ଫଳରେ ଘଟଣାସ୍ଥଳରେ ହିଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ଜଲାଲ୍‌ଗଡ ଥାନା ଅଧୀନସ୍ଥ କାଳି ମନ୍ଦିର ନିକଟରେ ସିଲିଗୁଡି-ଦିଲ୍ଲୀ ୪ ଥାକିଆ ରାଜପଥରେ ଗତକାଲି ଭୋର୍‌ ୩.୩୦ ସମୟରେ ଏହି ଦୁର୍ଘଟଣା ହୋଇଛି । ପୁର୍ନିଆ ଏସ୍‌ଡିପିଓ ସୁରେନ୍ଦ୍ର କୁମାର ସରୋଜ କହିଛନ୍ତି, ଟ୍ରକ୍‌ରେ ମୋଟ ୧୬ ଜଣ ଶ୍ରମିକ ଥିଲେ । ସେମାନେ ସମସ୍ତେ ରାଜସ୍ଥାନ ବାସିନ୍ଦା । ଏହି ସମାନ ଟ୍ରକ୍‌ରେ ପାଇପ୍‌ ବୋଝେଇ ହୋଇଥିଲା । ଏହା ସିଲିଗୁଡିରୁ ଜାମ୍ମୁ କାଶ୍ମୀର ଅଭିମୁଖେ ଯାଉଥିଲା । ଶ୍ରମିକମାନେ ପାଇପ୍‌ ତଳେ ଚାପି ହୋଇଯିବାରୁ ସେମାନଙ୍କ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.