ମନ୍ଦିର ସହ ଧକ୍କା ହେଲା ବିମାନ, ପାଇଲଟ ମୃତ

ଭୋପାଳ : ମଧ୍ୟପ୍ରଦେଶର ରେୱା ଜିଲ୍ଲାରେ ଗୁରୁବାର ଏକ ବିମାନ ମନ୍ଦିର ସହ ଧକ୍କା ହେବା ପରେ ଜଣେ ପାଇଲଟଙ୍କ ମୃତ୍ୟୁ ଘଟିଛି । ଟ୍ରେନିଂ ସମୟରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ କ୍ୟାପଟେନ୍‌ ବିଶାଲ ଯାଦବ(୩୦)ଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରେନିଂ ପାଇଲଟ ଅନସୁଲ ଯାଦବ ଆହତ ହୋଇ ସରକାରୀ ସଞ୍ଜୟ ଗାନ୍ଧୀ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଅଧିକାରୀ କହିଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚଳାଇଛି । ବିମାନଟି ଏକ ପାଇଲଟ ଟ୍ରେନିଂ କମ୍ପାନୀର ହୋଇଥିବା ଜଣାପଡିଛି ।

Leave A Reply

Your email address will not be published.

error: Content is protected !!