om academy

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ କୋଲକାତା ପୋଲିସ ଦ୍ୱାରା ପଚରାଉଚରା : ଉତ୍ତେଜନାମୂଳକ ଭାଷଣ ଦେଇଥିବା ଅଭିଯୋଗ

jsm

କୋଲକାତା : ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପଶ୍ଚିମବଙ୍ଗ ନିର୍ବାଚନ ପ୍ରଚାର ସମୟରେ ବିବାଦୀୟ ଭାଷଣ ସଂପର୍କରେ କୋଲକାତା ପୋଲିସ ଆଜି ତାଙ୍କୁ ପଚରାଉଚରା କରୁଛି । ବିଜେପିରେ ଯୋଗଦେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ ଯେ, ସେ ଗରିବଙ୍କ ପାଇଁ ଲଢ଼ିବାକୁ ଚାହୁଁଛନ୍ତି । ସେ ଆହୁରି କହିଥିଲେ, ମୁଁ ରାଜନୀତି କରେ ନାହିଁ, ମୁଁ ମାନବ ନୀତି କରେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମିଥୁନ ଚକ୍ରବର୍ତ୍ତୀ ୭ ମାର୍ଚ୍ଚରେ ବିଜେପିରେ ଯୋଗ ଦେଇଥିଲେ । ବିଜେପିରେ ଯୋଗଦେବା ପରେ ମିଥୁନ ଚକ୍ରବର୍ତ୍ତୀ କହିଥିଲେ, ସେ ଜଣେ କୋବ୍ରା । ଏହି ବିବୃତ୍ତି ସାମ୍ନାକୁ ଆସିବା ପରେ ବିବାଦ ବଢ଼ି ଚାଲିଥିଲା ।

ଆଜି ମିଥୁନ ଚକ୍ରବର୍ତ୍ତୀଙ୍କ ଜନ୍ମଦିନ । ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଥିବା ବେଳେ ଅନ୍ୟପଟେ କୋଲକାତା ପୋଲିସ ତାଙ୍କୁ ପଚରାଉଚରା କରୁଛି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ପୋଲିସ ତାଙ୍କ ଦେଇଥିବା ବିବୃତ୍ତିକୁ ନେଇ ପଚରାଉଚରା କରୁଛି ।

Leave A Reply

Your email address will not be published.