ଆଜିଠୁ ପ୍ରଗତି ମଇଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା ଆରମ୍ଭ

ନୂଆଦିଲ୍ଲୀ : ନୂଆଦିଲ୍ଲୀର ପ୍ରଗତୀ ମୈଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ଏଥିରେ ଦେଖିବାକୁ ମିଳିବ ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯଁ । ଭାରତ ସରକାରଙ୍କ ଅଧିନସ୍ଥ ଆଇଟିପିଓ ଦ୍ୱାରା ଆୟୋଜିତ ଏହି ଆନ୍ତର୍ଜାତିକ ମେଳାରେ ଓଡିଶାର ମିଲେଟ୍ ମିଶନ୍, କୋରାପୁଟ କଫି, ବୟନିକା ଓ ଉତ୍କଳିକା ସମେତ ଓରମାସର ଷ୍ଟଲ ସ୍ଥାନିତ ହୋଇଛି ।

ଆଇଆଇଟିଏଫ୍ ମେଳା ଆଜିଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଏଥର ୨୪ ନଭେମ୍ବରରେ ପାଳନ ହେବ ଓଡିଶାର ସ୍ବତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ । ଉକ୍ତ ଦିନ ରାଜ୍ୟର ବିଭିନ୍ନ ସାଂସ୍କୃତିକ ଦଳ ପକ୍ଷରୁ କାର୍ଯ୍ୟକ୍ରମ ପରିବେଷଣ ହେବ । ମେଳାରେ ଓଡିଶା ପାଭିଲିଅନ୍‌ରେ ସମୁଦାୟ ୨୪ଟି ଷ୍ଟଲ ସ୍ଥାନିତ ହୋଇଛି ।

Leave A Reply

Your email address will not be published.