ସିଙ୍ଗାପୁରରେ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ର, ଓଡ଼ିଶାର ପ୍ରଶିକ୍ଷାର୍ଥୀଙ୍କ ସହ ମତବିନିମୟ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସିଙ୍ଗାପୁର ଗସ୍ତ ଅବସରରେ ଦକ୍ଷତା ବିକାଶ ତାଲିମ୍‌ ନେଉଥିବା ପ୍ରଶିକ୍ଷାର୍ଥୀମାନଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି । ବର୍ତ୍ତମାନ ସିଙ୍ଗାପୁର ଗସ୍ତରେ ଯାଇଥିବା ଓଡ଼ିଶାସ୍ଥିତ ବିଶ୍ୱ ଦକ୍ଷତା ବିକାଶ କେନ୍ଦ୍ରର ପ୍ରଶିକ୍ଷାର୍ଥୀଙ୍କ ସହିତ ଶ୍ରୀ ମୋଦୀ ମତବିନିମୟ କରିଛନ୍ତି । ସିଆଇଆଇ-ଏଣ୍ଟର୍‌ପ୍ରାଇଜ୍‌ ସିଙ୍ଗାପୁର ଇଣ୍ଡିଆ ରେଡି ଟାଲେଣ୍ଟ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଭାରତ ଗସ୍ତ କରି ଆସିଥିବା ସିଙ୍ଗାପୁରର ପ୍ରଶିକ୍ଷାର୍ଥୀଙ୍କ ସହ ମଧ୍ୟ ସେ ମତବିନିମୟ କରିଛନ୍ତି । ଏହି ସାକ୍ଷାତ ଏକ ଚମତ୍କାର ଅନୁଭୂତି ଥିଲା ବୋଲି ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି । ସେହିପରି ସିଙ୍ଗାପୁରର ଏଇଏମ୍‌ ହୋଲ୍ଡିଂସ୍‌ରେ କାର୍ଯ୍ୟରତ ଭାରତୀୟ ଇଞ୍ଜିନିୟରମାନଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଶିକ୍ଷାର୍ଥୀଙ୍କ ସହ ଦକ୍ଷତା ବିକାଶ କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କଥା ହୋଇଥିଲେ । ଦକ୍ଷତା ବିକାଶ କ୍ଷେତ୍ରରେ ଭାରତ ଓ ସିଙ୍ଗାପୁରର ଏହି ସହଯୋଗ ବାସ୍ତବରେ ସ୍ୱତନ୍ତ୍ର ଏବଂ ଏହା ନବସୃଜନ ସମେତ ମାନବୀୟ ପ୍ରତିଭାକୁ ପ୍ରୋତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

Leave A Reply

Your email address will not be published.