ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ବିମ୍ସଟେକ୍ ବିଦେଶ ମନ୍ତ୍ରୀଗଣ

  • ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ଉପରେ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
  • ବିମ୍ସଟେକ୍ ପ୍ରତି ଭାରତର ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ
  • ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ସମ୍ପୂର୍ଣ୍ଣ ସମର୍ଥନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ବିମ୍ସଟେକ୍ ସଦସ୍ୟ ରାଷ୍ଟ୍ରଗୁଡ଼ିକର ବିଦେଶ ମନ୍ତ୍ରୀମାନେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିତ ଭାବେ ସାକ୍ଷାତ କରିଛନ୍ତି । ଯୋଗାଯୋଗ, ଶକ୍ତି, ବାଣିଜ୍ୟ, ସ୍ୱାସ୍ଥ୍ୟ, କୃଷି, ବିଜ୍ଞାନ, ନିରାପତ୍ତା ଏବଂ ନାଗରିକ ସମ୍ପର୍କଙ୍କ ସମେତ ବିଭିନ୍ନ କ୍ଷେତ୍ରରେ ଆଞ୍ଚଳିକ ସହଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ମନ୍ତ୍ରୀ ଗୋଷ୍ଠୀ ସହିତ ଫଳପ୍ରଦ ଆଲୋଚନା କରିଥିଲେ । ଆର୍ଥିକ ଓ ସାମାଜିକ ଅଭିବୃଦ୍ଧିର ଇଞ୍ଜିନ୍ ଭାବେ ବିମ୍ସଟେକ୍‌ର ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । ସେ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ, ସ୍ଥିର ଓ ସୁରକ୍ଷିତ ବିମ୍ସଟେକ୍ ଅଞ୍ଚଳ ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଥିଲେ । ଏଥିସହିତ ଭାରତର ପଡ଼ୋଶୀ ପ୍ରଥମ ଓ ଲୁକ୍ ଇଷ୍ଟ ନୀତି ତଥା ଏହି ଅଞ୍ଚଳରେ ସମସ୍ତଙ୍କ ନିରାପତ୍ତା ଓ ଅଭିବୃଦ୍ଧି ପାଇଁ ସାଗର ସଂକଳ୍ପ ଉପରେ ଏହାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ସେପ୍ଟେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ଆଗାମୀ ବିମ୍ସଟେକ୍ ଶିଖର ସମ୍ମିଳନୀ ପାଇଁ ଥାଇଲାଣ୍ଡକୁ ଭାରତର ସମ୍ପୂର୍ଣ୍ଣ ସମର୍ଥନ ପ୍ରକାଶ କରିଥିଲେ ।

Leave A Reply

Your email address will not be published.