ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି କ୍ରମାଗତ ଭାବେ ଅସୁବିଧାର ସମ୍ମୁଖୀନ ହେଉଛି । ଯୋଗୀ କ୍ୟାବିନେଟର ଆୟୁଷ ମନ୍ତ୍ରୀ (ସ୍ୱାଧୀନ ଚାର୍ଜ) ଧରମ ସିଂ ସାଇନି ଗୁରୁବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଆଜି ଉତ୍ତରପ୍ରଦେଶରେ ବିଜେପି ସରକାରର ଆୟୁଷ ମନ୍ତ୍ରୀ ଧରମ ସିଂ ସାଇନି ସରକାରଙ୍କ ଠାରୁ ଗ୍ରହଣ କରିଥିବା ଗୃହ ଏବଂ ସୁରକ୍ଷା ଦାୟିତ୍ୱ ଫେରସ୍ତ କରିଛନ୍ତି । ଉଲ୍ଲେଖଯୋଗ୍ୟ, ଇସ୍ତଫା ଦେଇଥିବା ସମସ୍ତ ମନ୍ତ୍ରୀ ପ୍ରାୟ ସମାନ କାରଣ ଦର୍ଶାଇଛନ୍ତି ।
ଧରମ ସିଂ ସାଇନି ଇସ୍ତଫା ଦେଇ କହିଛନ୍ତି ଯେ, ମାନ୍ୟବର ଯୋଗୀ ଆଦିତ୍ୟ ନାଥଙ୍କ କ୍ୟାବିନେଟରେ ଆୟୁଷ, ଖାଦ୍ୟ ସୁରକ୍ଷା ଏବଂ ଡ୍ରଗ୍ସ ଆଡମିନିଷ୍ଟ୍ରେସନରେ ରାଜ୍ୟ ମନ୍ତ୍ରୀ ଭାବରେ ସେ ଏହି ଦାୟିତ୍ୱକୁ ସମ୍ପୂର୍ଣ୍ଣ ଠିକ୍ ଭାବରେ ନିର୍ବାହ କରିଛନ୍ତି । ମନ୍ତ୍ରୀ ପଦରୁ ମୁଁ ଇସ୍ତଫା ଦେଉଛି ।