ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଦେଶରେ ଏକ ସୁରକ୍ଷିତ ସାଇବର କ୍ଷେତ୍ର ସୃଷ୍ଟି କରିବାକୁ ସଂକଳ୍ପ ନେଇଛି ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ

  • ସାଇବର ସୁରକ୍ଷିତ ଦେଶ ଗଠନ ପାଇଁ ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ଅନେକ ପଦକ୍ଷେପ ନେଇଛି
  • ସାଇବର ସୁରକ୍ଷିତ ଭାରତ ଗଠନ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଅଂଶଗ୍ରହଣ କରିଥିବାରୁ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ
  • ଅମିତାଭ ବଚ୍ଚନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଦେଶରେ ସାଇବର ଅପରାଧକୁ ରୋକିବା ପାଇଁ ଆଇ୪ସି ନିରନ୍ତର କାର୍ଯ୍ୟ କରୁଛି
  • ଅମିତାଭ ବଚ୍ଚନ କହିଛନ୍ତି ଯେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁରୋଧକ୍ରମେ ସେ ଏହି ଅଭିଯାନରେ ସାମିଲ ହୋଇଛନ୍ତି

ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ଗୃହମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ୱପ୍ନକୁ ଅନୁସରଣ କରି ଗୃହ ମନ୍ତ୍ରଣାଳୟ ଦେଶରେ ଏକ ସୁରକ୍ଷିତ ସାଇବର ସ୍ଥାନ ସୃଷ୍ଟି କରିବାକୁ ସଂକଳ୍ପ ନେଇଛି । ‘ଏକ୍ସ’ ପ୍ଲାଟଫର୍ମରେ ଏକ ପୋଷ୍ଟରେ ଅମିତ ଶାହ କହିଛନ୍ତି ଯେ, ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ର (ଆଇ୪ସି) ଏ ଦିଗରେ ଅନେକ ପଦକ୍ଷେପ ନେଇଛି । କେନ୍ଦ୍ର ଗୃହମନ୍ତ୍ରୀ ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନଙ୍କୁ ସାଇବର ସୁରକ୍ଷିତ ଭାରତ ଗଠନ ଅଭିଯାନକୁ ତ୍ୱରାନ୍ୱିତ କରିବାରେ ସକ୍ରିୟ ଯୋଗଦାନ ପାଇଁ ଧନ୍ୟବାଦ ଜଣାଇଛନ୍ତି । ମେଗାଷ୍ଟାର ଅମିତାଭ ବଚ୍ଚନ ତାଙ୍କ ଭିଡିଓ ବାର୍ତ୍ତାରେ କହିଛନ୍ତି ଯେ, ଦେଶ ଏବଂ ବିଶ୍ୱରେ ବଢୁଥିବା ସାଇବର ଅପରାଧ ଚିନ୍ତାର ବିଷୟ । ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଡିଆନ୍ ସାଇବର କ୍ରାଇମ୍‌ କୋଅର୍ଡିନେସନ୍ ସେଣ୍ଟର ସାଇବର ଅପରାଧକୁ ରୋକିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅନୁରୋଧକ୍ରମେ ସେ ଏହି ଅଭିଯାନରେ ସାମିଲ ହୋଇଥିବା ଶ୍ରୀ ବଚ୍ଚନ କହିଛନ୍ତି । ଦେଶକୁ ଏହି ସମସ୍ୟାରୁ ମୁକ୍ତ କରିବା ପାଇଁ ଆମେ ସମସ୍ତେ ମିଳିମିଶି ଏକାଠି ହେବା ଦରକାର ବୋଲି ସେ କହିଛନ୍ତି । ଆମର ସାମାନ୍ୟ ସତର୍କତା ଏବଂ ପ୍ରତିଷେଧକ ଆମକୁ ସାଇବର ଅପରାଧୀଙ୍କ ଠାରୁ ରକ୍ଷା କରିପାରିବ ।

Leave A Reply

Your email address will not be published.