ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ମମତା

ନୂଆଦିଲ୍ଲୀ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪ ଦିନିଆ ଦିଲ୍ଲୀ ଗସ୍ତରେ ଆସି ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ପଶ୍ଚିମବଙ୍ଗକୁ ବକେୟା ୧୦୦୯୬୮ କୋଟି ଟଙ୍କା ଦେବା ପାଇଁ ମମତା ପ୍ରଧାନମନ୍ତ୍ରୀଙ୍କ ନିକଟରେ ଏକ ସ୍ମାରକପତ୍ର ଉପସ୍ଥାପନ କରିଛନ୍ତି । ଏଥିସହ ଅନ୍ୟାନ୍ୟ ପ୍ରସଙ୍ଗରେ ମମତା ମୋଦୀଙ୍କ ସହ କଥା ହୋଇଛନ୍ତି । ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ଜଣେ ଟିଏମ୍‌ସି ନେତା ତଥା ପୂର୍ବତନ ମନ୍ତ୍ରୀ ଗିରଫ ହୋଇଥିବା ବେଳେ ଏହି ସମୟରେ ମମତା ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଶ ଚର୍ଚ୍ଚା ରହିଛି । ପରେ ମମତା ବାନାର୍ଜୀ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କୁ ମଧ୍ୟ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଆସନ୍ତା ୭ ତାରିଖରେ ମମତା ନୀତି ଆୟୋଗ ବୈଠକରେ ଯୋଗ ଦେବେ ।

Leave A Reply

Your email address will not be published.