oom

ମମତା ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ, ଉଠାଇ ପାରନ୍ତି ତ୍ରିପୁରା ହିଂସା ପ୍ରସଙ୍ଗ

jsmm

କୋଲକାତା : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବେ । ଏହି ବୈଠକ ସମୟରେ ସେ ତ୍ରିପୁରା ହିଂସା ପ୍ରସଙ୍ଗ ଓ ବିଏସ୍‌ଏଫ୍‌ର ଅଧିକାର କ୍ଷେତ୍ର ବଢ଼ାଇବା ବିଷୟ ଉଠାଇ ପାରନ୍ତି ବୋଲି ଜଣାପଡ଼ିଛି । ତୃଣମୂଳ କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ, ମମତା ବାନାର୍ଜୀ ଜାତୀୟ ରାଜଧାନୀକୁ ଚାରି ଦିନିଆ ଗସ୍ତ ସମୟରେ ଅନେକ ବିରୋଧୀଦଳର ନେତାଙ୍କୁ ଭେଟିବେ ଏବଂ ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଥିବା ସଂସଦର ଆଗାମୀ ଶୀତ ଅଧିବେଶନରେ ଭାରତୀୟ ଜନତା ପାର୍ଟିର ମୁକାବିଲା କରିବାର ଉପାୟ ଉପରେ ଆଲୋଚନା କରିବେ । ସଂସଦରେ ଟିଏମ୍‌ସିର ରଣନୀତି ଉପରେ ନିଷ୍ପତ୍ତି ନେବାକୁ ବାନାର୍ଜୀ ଦଳର ସାଂସଦମାନଙ୍କ ସହ ଏକ ବୈଠକ ମଧ୍ୟ କରିବେ । ଜୁଲାଇ ପରଠାରୁ ଏହା ହେଉଛି ତାଙ୍କର ଦ୍ୱିତୀୟ ଗସ୍ତ ।

jittmm
Leave A Reply

Your email address will not be published.