ଆମେରିକା: ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗର ରା‌ସ୍ତା ସଫା

ୱାଶିଂଟନ୍ : ଆମେରିକାର ସିନେଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ୧୩ ମିନିଟର ଭାବପ୍ରବଣ ଭିଡିଓରୁ ଆରମ୍ଭ ହୋଇଥିଲା । ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ଓକିଲ ମଧ୍ୟ ଭିଡିଓ ଦେଖିବା ପରେ ନିଜର ରଣନୀତି ବଦଳାଇ ୧ ଘଣ୍ଟାରୁ ଅଧିକ ସମୟର ଭାବପ୍ରବଣ ଭାଷଣ ଦେଇଥିଲେ, ଇତିହାସର ଅନେକ କାହାଣୀ କହିଥିଲେ ଏବଂ ନିଜ କାହାଣୀ ମଧ୍ୟ କହିଥିଲେ । ତେବେ, ବିତର୍କ ପରେ ମତଦାନ ହୋଇଥିଲା ଯେଉଁଥିରେ ୫୬ ଟି ସପକ୍ଷରେ ଥିଲା । ୪୪ ରିପବ୍ଲିକାନ୍ ଏହାକୁ ବିରୋଧ କରିଥିଲେ । ଫଳାଫଳ ହେଲା ବର୍ତ୍ତମାନ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚାଲିବ ଏବଂ ଏଥିପାଇଁ ସବୁ ରା‌ସ୍ତା ସଫା ହୋଇଯାଇଛି ।

Leave A Reply

Your email address will not be published.