ଚାଂଚଲ୍ୟକର ଖବର : କଲେଜରେ ଚାଲିଥିଲା ନକଲି ମଦ କାରଖାନା

ମିରଟ : ୟୁପି.ର ମିରଟ ଜିଲା ଜାନି ଥାନା ଅନ୍ତର୍ଗତ ଭୋଲା ରୋଡ୍‌ ପେପଲା ଗାଁ ନିକଟରେ ମହେନ୍ଦ୍ର ପ୍ରତାପ ଡିଗ୍ରୀ କଲେଜ ରହିଥିବା ବେଳେ ଏହି କଲେଜ ୩ ବର୍ଷ ହେବ ବନ୍ଦ ହୋଇ ପଡ଼ି ରହିଛି । ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ସେଠାରେ ମଦ ତିଆରି କରି ଚୋରା କାରବାର କରୁଥିଲେ । ଏ ବିଷୟରେ ସୂଚନା ମିଳିବା ପରେ କଙ୍କରଖେଡ଼ା ଏବଂ ଜାନି ପୁଲିସ ମିଳିତ ଭାବେ ଗତରାତିରେ ଚଢ଼ାଉ କରି କଲେଜର ଚୌକିଦାର ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଖବର ମିଳିଛି । ଚଢ଼ାଉ ସମୟରେ ପୁଲିସ ସେଠାରୁ ୧୦୦ ପେଟି ନକଲି ମଦ ଜବତ କରିଥିବା ସୂଚନା ମିଳିଛି । ମଦ ପ୍ରସ୍ତୁତି ପାଇଁ ଦରକାର ପଡ଼ୁଥିବା ସରଞ୍ଜାମ ଆଦି ମଧ୍ୟ ଜବତ ହୋଇଛି ।

Leave A Reply

Your email address will not be published.

error: Content is protected !!