jayashree

୭ ଜୁନ୍ ପର୍ଯ୍ୟନ୍ତ କର୍ଣ୍ଣାଟକରେ ଲକଡାଉନ୍ ବଢ଼ିଲା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍. ୟେଦିୟୁରପ୍ପା ରାଜ୍ୟରେ ଲକଡାଉନ୍ ଦୁଇ ସପ୍ତାହ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି । କରୋନାର ଦ୍ୱିତୀୟ ତରଙ୍ଗ ମଧ୍ୟରେ ରାଜ୍ୟରେ ଲକଡାଉନ୍ ଜୁନ୍ ୭ ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି । ଗତକାଲି ରାତିରେ ମିଳିଥିବା ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୨,୨୧୮ ନୂତନ ମାମଲା ପଞ୍ଜିକୃତ ହୋଇଥିବା ବେଳେ ସଂକ୍ରମଣ ହେତୁ ୩୫୩ ଜଣଙ୍କର ମୃତ୍ୟୁ ଘଟିଛି । ଏହା ସହ ରାଜ୍ୟରେ ମୋଟ କରୋନା ମାମଲା ୨୩,୬୭,୭୪୨ରେ ପହଞ୍ଚିଥିବା ବେଳେ କରୋନା କାରଣରୁ ମୋଟ ୨୪,୨୦୭ ଲୋକ ପ୍ରାଣ ହରାଇଛନ୍ତି । କର୍ଣ୍ଣାଟକରେ ସକ୍ରିୟ ମାମଲା ସଂଖ୍ୟା ହେଉଛି ୫,୧୪,୨୩୮ ।

Leave A Reply

Your email address will not be published.