ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ଆସୁଛନ୍ତି

ମୁମ୍ବାଇ : ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ଶେଷ ରୀତିନୀତିରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାତି ପ୍ରାୟ ୫: ୪୫ରୁ ୬: ୦୦ ମଧ୍ୟରେ ପହଞ୍ଚିବେ । ଏହା ପରେ ରାତି ପ୍ରାୟ ୬: ୧୫ରୁ ୬: ୩୦ ମଧ୍ୟରେ ଲତା ମଙ୍ଗେଶକରଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି । ଶିବାଜୀ ପାର୍କରେ ଶେଷ ରୀତିନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁମ୍ବାଇ ପୋଲିସର ବରିଷ୍ଠ ଅଧିକାରୀଙ୍କ ଏକ ଟିମ୍ ବ୍ୟକ୍ତିଗତ ଭାବେ ଶିବାଜୀ ପାର୍କରେ ପ୍ରସ୍ତୁତିର ତଦାରଖ କରୁଛନ୍ତି । ଶିବାଜୀ ପାର୍କରେ ଏକ ମିଡିଆ ଷ୍ଟାଣ୍ଡ ମଧ୍ୟ ନିର୍ମାଣ କରାଯାଇଛି ।

Leave A Reply

Your email address will not be published.