କିସାନ ଆନ୍ଦୋଳନ ଆହୁରି ତୀବ୍ର ହେଲା : ବିକ୍ଷୋଭକାରୀମାନେ ହରିୟାଣାର ଜିନ୍ଦରେ ଟୋଲ ପ୍ଲାଜା ଫ୍ରି କଲେ

ନୂଆଦିଲ୍ଲୀ : କୃଷି ନିୟମ ବିରୁଦ୍ଧରେ ଆନ୍ଦୋଳନର ୩୦ ତମ ଦିନରେ ମଧ୍ୟ କୃଷକମାନେ ଦିଲ୍ଲୀର ସମସ୍ତ ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି । ଗତକାଲି କେନ୍ଦ୍ର ସରକାର ପୁନର୍ବାର କୃଷକମାନଙ୍କୁ ଚିଠି ଲେଖି ଆଲୋଚନା ଟେବୁଲକୁ ଫେରିବାକୁ ନିବେଦନ କରିଥିଲେ । ସରକାରଙ୍କ ଚିଠିରେ କୁହାଯାଇଛି ଯେ, ଏହି ସବୁ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା ପାଇଁ ପ୍ରସ୍ତୁତ ହେବା ସହିତ ଏମଏସପି ବିଷୟରେ ଲିଖିତ ନିଶ୍ଚିତତା ଦେବାକୁ ପ୍ରସ୍ତୁତ । ବୁଧବାର ଦିନ କୃଷକମାନେ ମଧ୍ୟ ଜରୁରୀ ଦ୍ରବ୍ୟ ଅଧିନିୟମରେ ସଂଶୋଧନ ପ୍ରସଙ୍ଗ ଉଠାଇଥିଲେ । ଏହା ଉପରେ ସରକାର କହିଛନ୍ତି ଯେ, ଏକ ନୂତନ ଦାବୀ ରଖିବା ଯୁକ୍ତିଯୁକ୍ତ ନୁହେଁ, ତଥାପି ଏହାକୁ ନେଇ ଆଲୋଚନା କରାଯାଇ ପାରିବ ।

ହରିୟାଣାର ଜିନ୍ଦରେ କୃଷକମାନେ ଟୋଲ ପ୍ଲାଜା ଫ୍ରି କରିଛନ୍ତି । ଜିନ୍ଦ-ପଟିଆଲା ଜାତୀୟ ରାଜପଥରେ ଅବସ୍ଥିତ ଖଟକଡ ଗାଁର ଟୋଲ ପ୍ଲାଜାର ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ଆସୁଥିବା କିମ୍ବା ବାହାରକୁ ଯାଉଥିବା ଯାନରୁ କୌଣସି ଟୋଲ୍ ଆଦାୟ କରାଯାଉନାହିଁ । କୃଷକ ସଂଗଠନର ୧୧ ଜଣ ନେତାଙ୍କ ଭୋକ ଉପବାସସ ଜାରି ରହିଛି । ଏହା ବ୍ୟତୀତ ଆହୁରି ଅନେକ ଲୋକ ଭୋକ ଉପବାସରେ ବସିଛନ୍ତି ।

Leave A Reply

Your email address will not be published.