om academy

ଦିଲ୍ଲୀ-ନୋଏଡା ଯାତ୍ରୀମାନଙ୍କ ପାଇଁ ସମସ୍ୟା ବଢ଼ିଲା : କୃଷକମାନେ ଚ‌ିଲ୍ଲା ବୋଡ଼ର୍‌ ବନ୍ଦ କରିଦେଲେ

jsm

ନୂଆଦିଲ୍ଲୀ : ଦିଲ୍ଲୀରୁ ନୋଏଡା ଏବଂ ନୋଏଡାରୁ ଦିଲ୍ଲୀ ଯାତ୍ରୀମାନଙ୍କ ପାଇଁ ସମସ୍ୟା ବୃଦ୍ଧି ପାଇଛି । ଆନ୍ଦୋଳନକାରୀ କୃଷକମାନେ ପୁଣି ଥରେ ଆନେ୍‌ନ୍ଦାଳନକୁ ତେଜିଆନ୍‌ କରିଛନ୍ତି । ଦିଲ୍ଲୀରୁ ନୋଏଡାକୁ ଆସିବାର ମୁଖ୍ୟ ବାଟ ହେଉଛି ଚିଲା ସୀମା । ଏହାପୂର୍ବରୁ କୃଷକମାନେ ଏହାକୁ ବନ୍ଦ କରି ଦେଇଥିଲେ, କିନ୍ତୁ ଅଧିକାଂଶ ସମୟ ଦିଲ୍ଲୀରୁ ନୋଏଡା ଯିବା ପାଇଁ ରାସ୍ତା ଖୋଲା ଥିଲା । ୧୨-୧୩ ଡିସେମ୍ବରରେ, ଚାଷୀମାନେ ନୋଏଡାରୁ ଦିଲ୍ଲୀ ଯିବା ପାଇଁ ରାସ୍ତା ଖୋଲିଥିଲେ । କିନ୍ତୁ ଆଜି ପୁଣି ଥରେ କୃଷକମାନେ ରାସ୍ତା ବନ୍‌ନ୍ଦ କରି ଦେଇଛନ୍‌ନ୍ତି । ଏହି ରାସ୍ତା ବନ୍ଦ ହୋଇଯାଇଛି, ଯେଉଁଥିପାଇଁ ଯାତ୍ରୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତାମାନେ ଚ‌ିଲ୍ଲା ବୋଡ଼ର୍ ବନ୍ଦ କରିବାକୁ ଘୋଷଣା କରିଥିଲେ । ଡିସେମ୍ବର ୨୦ରେ ଗ୍ରାମ ଓ ବ୍ଲକରେ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କୁ ଲୋକମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ ବୋଲି କୃଷକମାନେ କହିଛନ୍ତି । ସିନ୍‌ନ୍ଧୁ ସୀମାରେ ଏକ ସାମ୍ବାଦିକ ସମ୍ମିଳନୀରେ କୃଷକ ନେତାମାନେ କହିଛନ୍ତି ଯେ, ଯୁଦ୍ଧ ଏପରି ସ୍‌ସ୍ଥିତିରେ ପହଞ୍ଚିଛି, ଯେଉଁଠାରେ ଆମେ ଜିତିବାକୁ ପ୍ରତିଶ୍ରୁତିବଦ୍ଧ । କୃଷକ ସଂଗଠନର ନେତାମାନେ କହିଛନ୍ତି ଯେ, ସୋମବାର ଦିନ ଦେଶର ୩୫୦ଟି ଜିଲ୍ଲାରେ ଆମର ପ୍ରଦର୍ଶନ ସଫଳ ହୋଇଛି । କୃଷକମାନେ ୧୫୦ ଟୋଲ୍ ପ୍ଲାଜା ଦେୟ ମୁ‌କ୍ତ କରିଛନ୍ତି।

Leave A Reply

Your email address will not be published.