ନୂଆଦିଲ୍ଲୀ : କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକମାନେ ସମାଜର ଅନେକ ବର୍ଗର ସମର୍ଥନ ପାଇଛନ୍ତି । ସୋମବାର ଦିନ ବହୁ ପୂର୍ବତନ ତଥା ବର୍ତ୍ତମାନର ଖେଳାଳୀମାନେ କୃଷି ନିୟମକୁ ବିରୋଧ କରି ପୁରସ୍କାର ଫେରସ୍ତ କରିବାକୁ ରାଷ୍ଟ୍ରପତି ଭବନ ଅଭିମୁଖେ ଯାତ୍ରା କରିଥିଲେ । ତେବେ ରାସ୍ତାରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକାଇଥିଲା । କୃଷକଙ୍କ ଆନ୍ଦୋଳନକୁ ସମର୍ଥନ କରି ପଞ୍ଜାବ ଏବଂ ଅନ୍ୟାନ୍ୟ ରାଜ୍ୟରୁ ପ୍ରାୟ ୩୦ ଜଣ ବର୍ତ୍ତମାନର ତଥା ପୂର୍ବତନ କ୍ରୀଡ଼ାବିତ୍ ସେମାନଙ୍କ ସମ୍ମାନ ଫେରାଇବା ବିଷୟରେ କହିଥିଲେ । ରେସଲର୍ କର୍ତାର୍ ସିଂଙ୍କ ଅନୁଯାୟୀ ୩୦ ଖେଳାଳୀ ବର୍ତ୍ତମାନ ମାର୍ଚ୍ଚ କରି ରାଷ୍ଟ୍ରପତିଙ୍କ ସମ୍ମାନ ଫେରାଇବାକୁ ଯାଉଛନ୍ତି । ପଞ୍ଜାବ ଏବଂ ଅନ୍ୟାନ୍ୟ ଅଞ୍ଚଳର ଆଉ କିଛି ଖେଳାଳୀ ମଧ୍ୟ ଏହା କରିବାକୁ ଚାହୁଁଛନ୍ତି ।