om academy

ଭୁଶୁଡ଼ିଲା ୪ ମହଲା କୋଠା, ୧ ମୃତ

jsm

ମୁମ୍ବାଇ : ମୁମ୍ବାଇସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା । କୁହାଯାଉଛି କି ଏହି କୋଠାରେ ପାଖାପାଖି ୨୧ଜଣ ଲୋକ ଥିଲେ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ବିଏମସିର ବିପର୍ଯ୍ୟୟ ବିଭାଗ ଅନୁଯାୟୀ ପାଖାପାଖି ୧୨ଜଣ ଲୋକଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ଆହତମାନଙ୍କୁ ରାଜବାଡୀ ହସ୍ପିଟାଲ ଏବଂ ସାୟନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଦମକଳ ବାହିନୀ ଏବଂ ଏନଡିଆରଏଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ବିଳମ୍ବିତ ରାତିରେ କୋଠା ଭୁଶୁଡ଼ିବାର ଖବରପାଇ ମନ୍ତ୍ରୀ ଆଦିତ୍ୟ ଠାକରେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ଯାଞ୍ଚ କରିଥିଲେ । ଆଦିତ୍ୟ ଠାକରେ କହିଛନ୍ତି କି, ବିଲ୍ଡିଂକୁ ନୋଟିସ ଦିଆଯାଇଥିଲା, ତା’ପରେ ବି ସେଠାରେ କିଛି ଲୋକ ଅସୁରକ୍ଷିତ ଭାବେ ରହୁଥିଲେ । ଆହତମାନଙ୍କ ମଧ୍ୟରୁ କେତେକଙ୍କ ପରିଚୟ ମିଳିଯାଇଛି । ସେହିପରି କେତେକ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଆଉ କେତେକ ହସ୍ପିଟାଲରେ ଏବେ ବି ଭର୍ତ୍ତି ହୋଇଛନ୍ତି ।

Leave A Reply

Your email address will not be published.