jayashree

୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ମିଳିଛି ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ

● ଏବେ ଉତ୍ପାଦନକାରୀ ରାଜ୍ୟମାନଙ୍କୁ ୧୪% ରୟାଲଟୀ ସହ ଡିଏମଏଫ ଏବଂ ଏନଏମଇଟି ମିଶାଇ ମିଳୁଛି ୧୮.୪୮% ଲାଭ
● ରୟାଲିଟୀ ଦର ଅପରିବର୍ତ୍ତିତ ରଖିବାକୁ ଅଧ୍ୟୟନ ଗୋଷ୍ଠୀର ସୁପାରିସ

ନୂଆଦିଲ୍ଲୀ, (ପିଆଇବି) : ୨୦୨୦-୨୧ ଆର୍ଥିକ ବର୍ଷରେ ଓଡ଼ିଶାକୁ ୧୫୧୯.୩୧ କୋଟି ଟଙ୍କାର କୋଇଲା ରୟାଲିଟୀ ମିଳିଛି । ଏହାଛଡ଼ା ୨୦୧୯-୨୦ରେ ରାଜ୍ୟକୁ ୨୧୩୯.୪୫ କୋଟି ଟଙ୍କାର ରୟାଲିଟୀ ପ୍ରଦାନ କରାଯାଇଥିଲା। ଏହାଛଡ଼ା ୨୦୧୧-୧୨ ଆର୍ଥିକ ବର୍ଷ ଠାରୁ ୨୦୧୮-୧୯ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟକୁ ଯଥାକ୍ରମେ ୧୦୪୫.୯୨ କୋଟି ଟଙ୍କା, ୧୨୪୨.୮୭ କୋଟି ଟଙ୍କା, ୧୩୪୯.୬୮ କୋଟି ଟଙ୍କା, ୧୪୧୬.୫୬ କୋଟି ଟଙ୍କା, ୧୬୯୮.୧୫ କୋଟି ଟଙ୍କା, ୧୬୬୬.୦୨ କୋଟି ଟଙ୍କା, ୧୭୫୪.୫୩ କୋଟି ଟଙ୍କା ଏବଂ ୨୦୨୪.୧୫ କୋଟି ଟଙ୍କା କୋଇଲା ରୟାଲିଟୀ ମିଳିଛି ।
କେନ୍ଦ୍ର କୋଇଲା, ଖଣି, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପ୍ରହ୍ଲାଦ ଯୋଶୀ ଆଜି ଲୋକସଭାରେ ଏହି ସୂଚନା ଦେଇଛନ୍ତି । କୋଇଲା ମନ୍ତ୍ରୀ କହିଛନ୍ତି ଯେ କେତେକ କୋଇଲା ଉତ୍ପାଦନକାରୀ ରାଜ୍ୟ ରୟାଲିଟୀ ଦର ବଢ଼ାଇବା ପାଇଁ ଦାବି କରି ଆସୁଛନ୍ତି । ଏହି କ୍ରମରେ, କୋଇଲା ଓ ଲିଗ୍ନାଇଟ୍ ଉପରେ ରୟାଲିଟୀ ଦର ସଂଶୋଧନ ପାଇଁ ୨୧.୦୭.୨୦୧୪ରେ ଏକ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଥିଲା। ଅଧ୍ୟୟନ ଗୋଷ୍ଠୀ ବିଭିନ୍ନ ଅଂଶୀଦାର ରାଜ୍ୟମାନଙ୍କ ଠାରୁ ମତାମତ ସଂଗ୍ରହ କରିଥିଲା। କୋଇଲା ଉତ୍ପାଦନକାରୀ ରାଜ୍ୟମାନେ କୋଇଲା ରୟାଲିଟୀ ଦରକୁ ବର୍ତ୍ତମାନର ୧୪ ପ୍ରତିଶତରୁ ବୃଦ୍ଧି କରି ୨୦ ପ୍ରତିଶତ କରିବା ଲାଗି ଦାବି କରୁଛନ୍ତି । ଅନ୍ୟପଟେ କୋଇଲା ଉପଯୋଗକାରୀ ରାଜ୍ୟମାନେ ରୟାଲିଟୀ ଦରକୁ ୧୪%ରୁ କମାଇ ଅତିବେଶୀରେ ୫-୬ ପ୍ରତିଶତ ମଧ୍ୟରେ ରଖିବା ପାଇଁ ଦାବି କରି ଆସୁଛନ୍ତି ।
ଅଧ୍ୟୟନ ଗୋଷ୍ଠୀ ସବୁ ଦିଗରୁ ବିଚାର କରିବା ପରେ ରିପୋର୍ଟ ଦାଖଲ କରିଛି। ଏଥିରେ ରୟାଲିଟୀ ଦରରେ କୌଣସି ପରିବର୍ତ୍ତନ ନକରିବା ପାଇଁ ସୁପାରିସ କରାଯାଇଛି କାରଣ ରୟାଲିଟୀ ଉପରେ ୩୦ ପ୍ରତିଶତ ହାରରେ ଡିଏମଏଫ ଦର ଏବଂ ରୟାଲିଟୀ ଉପରେ ୨ପ୍ରତିଶତ ହାରରେ ଏନଏମଇଟି ଦର ଲାଗୁ ହେବା ପରେ ମୋଟ୍ ଲାଗୁ ପରିମାଣ ୧୮.୪୮%ରେ ଅର୍ଥାତ୍ ଜ୍ଜ(୧୪%+ ୪.୨ (୧୪%ର ୩୦%) + .୨୮ (୧୪% ର ୨%) ରେ କ୍ର ପହଞ୍ଚି ଯାଉଛି ।

ତଦନୁଯାୟୀ, ଅଧ୍ୟୟନ ଗୋଷ୍ଠୀ ନିମ୍ନମତେ ସୁପାରିସ କରିଛି:
(i) ତା୧୦.୦୫.୨୦୧୨ରିଖରେ ଜାରି ବିଧିବଦ୍ଧ ବିଜ୍ଞପ୍ତି ସଂଖ୍ୟା ଜି.ଏସ.ଆର ୩୪୯ ଅନୁଯାୟୀ ପ୍ରସ୍ତାବିତ ରୟାଲିଟୀରେ କୌଣସି ପରିବର୍ତ୍ତନର ପ୍ରସ୍ତାବ ନାହିଁ । ପଶ୍ଚିମବଙ୍ଗକୁ ଛାଡ଼ି ଦେଲେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶରେ ଉତ୍ପାଦିତ କୋଇଲା ଉପରେ ରୟାଲିଟୀ ଦର ମୂଲ୍ୟାନୁସାରେ ୧୪%ରେ ଅପରିବର୍ତ୍ତିତ ରହିବ, ଟିକସ, ଶୁଳ୍କ ଏବଂ ଅନ୍ୟାନ୍ୟ ଶୁଳ୍କକୁ ବାଦ୍ ଦେଇ ଇନଭଏସରେ ପ୍ରତିଫଳିତ ଦର ।
(ii) ୧୦.୦୫.୨୦୧୨ରେ ଜାରି ବିଜ୍ଞପ୍ତି ଜି.ଏସ.ଆର ୩୪୯ (ଇ) ଅନୁଯାୟୀ ପଶ୍ଚିମବଙ୍ଗ ରାଜ୍ୟରେ ଉତ୍ପାଦିତ କୋଇଲା ଉପରେ ଲାଗୁ ରୟାଲିଟୀ ପ୍ରତି ଟନ୍ ପିଛା ଟଙ୍କା ଦରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଅଧ୍ୟୟନ ଗୋଷ୍ଠୀର ସୁପାରିସକୁ ସରକାର ଗ୍ରହଣ କରିଛନ୍ତି ଏବଂ ରୟାଲିଟୀ ଦର ବଢ଼ାଇବା ପାଇଁ ବର୍ତ୍ତମାନର ସରକାରଙ୍କର କୌଣସି ଯୋଜନା ନାହିଁ ।
ନିମ୍ନରେ ବିଭିନ୍ନ କୋଇଲା ଉତ୍ପାଦନକାରୀ ରାଜ୍ୟମାନଙ୍କୁ ମିଳିଥିବା କୋଇଲା ରୟାଲିଟୀ ପରିମାଣ ଉଲ୍ଲେଖ କରାଯାଇଛି :
ପରିମାଣ କୋଟିରେ
ରାଜ୍ୟମାନଙ୍କର ନାମ

Leave A Reply

Your email address will not be published.