ୱାଶିଂଟନ : କିଛି ଦିନ ପୂର୍ବରୁ ଆମେରିକାର ଡାକ୍ତରଙ୍କ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଡକ୍ଟର ଜୋସେଫ ୱାରେନ୍ କହିଛନ୍ତି ଯେ, ସେ ୨୬୦ ଦିନ ହେଲା ଛୁଟି ନେଇ ନାହାଁନ୍ତି ଏବଂ ସେ ଏବେ ଥକି ଯାଇଛନ୍ତି ।
କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ ଏହି ଡାକ୍ତରଙ୍କ ଚିତ୍ର ଭାଇରାଲ ହେଉଥିଲା । ସେ ଡାକ୍ତରଖାନାରେ ଜଣେ ବୃଦ୍ଧ କରୋନା ରୋଗୀଙ୍କୁ ଆଲିଙ୍ଗନ କରି ସାନ୍ତ୍ୱନା ଦେଇଥିଲେ । ଆମେରିକାର ହ୍ୟୁଷ୍ଟନ୍ର ଏକ ଛୋଟ ହସ୍ପିଟାଲର ଷ୍ଟାଫ୍ ଡକ୍ଟର ଜୋସେଫ୍ ୱାରେନ୍ ଆଉ ଏକ ଚିତ୍ରରେ ସେ ଧନ୍ୟବାଦ ଅର୍ପଣ ସମୟରେ ଏକ ଭିଡିଓ କଲ୍ରେ ଜଣେ ରୋଗୀଙ୍କ ପରିବାରକୁ ସମ୍ବୋଧିତ କରୁଥିଲେ । ଆବେଗରେ ଆସି ସେ କହିଲେ ‘ମୁଁ ଏବେ ବହୁତ କ୍ଲାନ୍ତ’ ।