om academy

ଗୁଲମର୍ଗରେ ଶୀତକାଳୀନ ଖେଲୋ ଇଣ୍ଡିଆରର ୩ୟ ସଂସ୍କରଣକୁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛନ୍ତି ଅନୁରାଗ ସିଂହ ଠାକୁର, ଜାମ୍ମୁ କାଶ୍ମୀରର ଲେଫଲାଣ୍ଟ ଜେନେରାଲ

jsm
  • ଏହି ଅବସରରେ ଜାମ୍ମୁ ଏବଂ କାଶ୍ମୀରରେରେ ୪୦ତମ ଖେଲୋ ଇଣ୍ଡିଆ ସେଣ୍ଟରର ଶୁଭାରମ୍ଭ ହୋଇଥିଲା

ଦିଲ୍ଲୀ, (ପିଆଇବି) : ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଶୁକ୍ରବାର ଦିନ ଗୁଲମର୍ଗରେ ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ୩ୟ ସଂସ୍କରଣର ଘୋଷଣା କରିଛନ୍ତି । ଜାମ୍ମୁ କାଶ୍ମୀରର ମାନ୍ୟବର ଲେଫ୍ଟଲାଣ୍ଟ ଗଭର୍ଣ୍ଣର ଶ୍ରୀ ମନୋଜ ସିହ୍ନା, ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ତଥା ଯୁବ ଆଥଲେଟ୍, କୋଚ୍ ଏବଂ କର୍ମଚାରୀଙ୍କ ସହ କେନ୍ଦ୍ର ମନ୍ତ୍ରୀ ଯୋଗ ଦେଇଥିଲେ ।

ଆଥଲେଟମାନଙ୍କୁ ଉତ୍ସାହିତ କରିବା ପାଇଁ ଭାରତର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏକ ସ୍ୱତନ୍ତ୍ର ବାର୍ତ୍ତା ପଠାଇଥିଲେ । ଅଂଶଗ୍ରହଣକାରୀ ଆଥଲେଟ୍, କୋଚ୍ ଏବଂ ଅଧିକାରୀମାନଙ୍କୁ ମାନ୍ୟବର ପ୍ରଧାନମନ୍ତ୍ରୀ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି ।

ଉଦଘାଟନୀ ସମାରୋହ ଏକରୁ ଅଧିକ ଭାବେ ଉତ୍ସାହଜନକ ରହିଥିଲା । ଶାନ୍ତିର ବାର୍ତ୍ତା ଆଣି ଆକାଶରେ ଧଳା କପୋତଗୁଡିକ ମୁକ୍ତ କରାଯାଇଥିଲା, କ୍ରୀଡା ଅନୁଯାୟୀ ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା ଏବଂ ସମଗ୍ର ଉପତ୍ୟକାରେ ୪୦ ଖେଲୋ ଇଣ୍ଡିଆ ସେଣ୍ଟରର ଏକ ମହତ୍ୱପୂର୍ଣ୍ଣ ଇ-ଶୁଭାରମ୍ଭ ମଧ୍ୟ ହୋଇଥିଲା ।

ଶ୍ରୀ ଠାକୁର କହିଛନ୍ତି ଯେ, ଉଦଘାଟନୀ ସମାରୋହରେ ଥିଲାବେଳେ ମୁଁ ଜାମ୍ମୁ କାଶ୍ମୀରରେ ୪୦ ଟି ଖେଲୋ ଇଣ୍ଡିଆ ସେଣ୍ଟର ଉନ୍ମୋଚନ ଘୋଷଣା କରିବା ସମୟରେ ଉପସ୍ଥିତ ଲୋକଙ୍କଠାରୁ ବଡ଼ କରତାଳି ପାଇଥିଲି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦିଆଯାଇଥିବା ବାର୍ତ୍ତା “ଖେଲୋଗେ ତୋ ଖିଲୋଗେ” କୁ ଜାମ୍ମୁ ଏବଂ କାଶ୍ମୀରରେ ବିପୁଳ ସମର୍ଥନ କରାଯାଇଛି ଏବଂ ଗତ ୩ ବର୍ଷ ମଧ୍ୟରେ ଏହି ଅଞ୍ଚଳର ଅବଦାନ ପ୍ରଶଂସନୀୟ ।

ଜାମ୍ମୁ ଏବଂ କାଶ୍ମୀରର କ୍ରୀଡା ପରିବେଶ ଗଠନ ପାଇଁ ଏହିପରି ଅଧିକ ପଦକ୍ଷେପ ସକାଶେ ପ୍ରତିଶ୍ରୁତି ପ୍ରଦାନ କରି ଶ୍ରୀ ଠାକୁର ଆହୁରି କହିଛନ୍ତି ଯେ ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ ଜାମ୍ମୁ-କଶ୍ମୀରକୁ ଆର୍ଥିକ ଦୃଷ୍ଟିରୁ ସାହାଯ୍ୟ କରିବ, ସର୍ବୋତ୍ତମ କୋଚ୍ ପ୍ରଦାନ କରିବ । ମୁଁ ଆପଣଙ୍କୁ ଜଣାଇ ଖୁସି ଯେ ଶୀତକାଳୀନ କ୍ରୀଡା ପାଇଁ ସେଣ୍ଟର ଅଫ୍ ଏକ୍ସଲେନ୍ସ ଖୁବ ଶୀଘ୍ର ଖୋଲିବ ।

ଫେବୃଆରୀ ୧୪ ପର୍ଯ୍ୟନ୍ତ ଗୁଲମର୍ଗରେ ଶୀତକାଳୀନ ଖେଳ ଅନୁଷ୍ଠିତ ହେବ ଏବଂ ଏଥିରେ ୨୯ ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୧୫୦୦ ରୁ ଅଧିକ ଆଥଲେଟ୍ ଅଂଶଗ୍ରହଣ କରୁଛନ୍ତି । ମୋଟ କ୍ରୀଡା ଶୃଙ୍ଖଳା ୧୧ଟି ରହିଛି ।

ମନୋଜ ସିହ୍ନା ମନ୍ତବ୍ୟ ଦେଇଛନ୍ତି, ଖେଲୋ ଇଣ୍ଡିଆ ଶୀତକାଳୀନ କ୍ରୀଡାର ୩ୟ ସଂସ୍କରଣ ପାଇଁ ସମଗ୍ର ଦେଶ ଏକାଠି ହୋଇଛି । ଖେଳଗୁଡିକ ଅନୁଷ୍ଠିତ ସମୟରେ ଏହା ସମଗ୍ର ଦେଶକୁ ଆତିଥ୍ୟ, ଖେଳ ଏବଂ ଉପତ୍ୟକାର ଅବିଶ୍ୱସନୀୟ ଦୃଶ୍ୟ ଉପଭୋଗ କରିବାର ସୁଯୋଗ ଦେଇଥାଏ । ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଜାମ୍ମୁ ଏବଂ କାଶ୍ମୀରର କ୍ରୀଡା ପରିଷଦ ଏବଂ ଅନ୍ୟ ସମସ୍ତ ହିତାଧିକାରୀଙ୍କୁ ମୁଁ ଗୁଲମର୍ଗରେ ଏହି ଖେଳଗୁଡିକ ଆୟୋଜନ କରିବାରେ ସାହାଯ୍ୟ କରିଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି ।

Leave A Reply

Your email address will not be published.