ସାର ଅଭାବ ଗୁଜବକୁ ଖଣ୍ଡନ କଲେ କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରୀ ଡ. ମନସୁଖ ମାଣ୍ଡଭିୟ

 ସାର ଗଚ୍ଛିତ କରି ନକରିବା ଲାଗି ସମସ୍ତ ଚାଷୀମାନଙ୍କୁ କଲେ ନିବେଦନ
 କଳାବଜାର ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ପାଇଁ ଦେଲେ ଚେତାବନୀ
ନୂଆଦିଲ୍ଲୀ, (ପିଆଇବି) : ଦେଶରେ ସାର ଅଭାବ ଜନିତ ଗୁଜବକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀ
ଡ. ମନସୁଖ ମାଣ୍ଡଭିୟ । ଏଭଳି ଦାବିକୁ ନିର୍ଦ୍ଦିଷ୍ଟ ଭାବେ ଖଣ୍ଡନ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ମନ୍ତ୍ରଣାଳୟର ଅଧିକାରୀମାନଙ୍କ ସହିତ ସେ ନଭେମ୍ବର ମାସର ସାର ଉତ୍ପାଦନ ଲକ୍ଷ୍ୟ ସମୀକ୍ଷା କରିଛନ୍ତି। ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ଚାହିଦା ତୁଳନାରେ ଉତ୍ପାଦନ ବୃଦ୍ଧି ପାଇବ । ୪୧ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଆବଶ୍ୟକ ଥିବା ବେଳେ ୭୬ ଲକ୍ଷ ମେଟ୍ରିକ ଟନ୍ ୟୁରିଆ ଉତ୍ପାଦନ କରାଯିବ। ଅନୁରୂପ ଭାବେ ୧୮ ଲକ୍ଷ ମେଟ୍ରିକ ଟନ୍‌ ଡ଼ିଏପି ଉତ୍ପାଦନ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଚାହିଦା ପରିମାଣ ୧୭ ଲକ୍ଷ ମେଟ୍ରିକ ଟନ୍ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୧୫ ଲକ୍ଷ ମେଟ୍ରିକ ଟନ୍ ଏନପିକେର ଚାହିଦା ରହିଥିବା ବେଳେ ୩୦ ଲକ୍ଷ ମେଟ୍ରିକ ଟନ୍ ଏନପିକେ ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ସାର ମହଜୁଦ କରି ନରଖିବା ଲାଗି କେନ୍ଦ୍ରମନ୍ତ୍ରୀ ସମସ୍ତ ଚାଷୀ ଭାଇମାନଙ୍କୁ ଅନୁରୋଧ କରିଛନ୍ତି। ଗୁଜବ ସୃଷ୍ଟିକାରୀଙ୍କ ପ୍ରତି ଧ୍ୟାନ ନଦେବା ପାଇଁ ସେ ନିବେଦନ କରିଛନ୍ତି । ଗୁଜବକୁ ଢାଲ କରି ସାର କଳାବଜାର କରିବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାଇ ଦେଇଛନ୍ତି । ଶ୍ରୀ ମାଣ୍ଡଭିୟ ଆଶ୍ବାସନା ଦେଇ କହିଛନ୍ତି ଯେ ଦେଶରେ ଯଥେଷ୍ଟ ପରିମାଣରେ ସାରା ଉତ୍ପାଦନ ଏବଂ ପରିବହନ ଉପରେ କେନ୍ଦ୍ର ସରକାର ଧ୍ୟାନ ରଖିଛନ୍ତି । ଚାଷୀମାନଙ୍କୁ ଯଥେଷ୍ଟ ପରିମାଣର ସାର ଯୋଗାଣ ସୁନିଶ୍ଚିତ କରିବା ଲାଗି ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.