୨୦୨୧-୨୨ ଆର୍ଥିକ ବର୍ଷରେ ଜଳଜୀବନ ମିଶନ ଅଧୀନରେ ଓଡ଼ିଶାକୁ ମିଳିଛି ୩,୩୨୩.୪୨ କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ

● ୨୭.୩.୨୦୨୨ ସୁଦ୍ଧା ରାଜ୍ୟର ମୋଟ ୪୧.୭୯ ପ୍ରତିଶତ ପରିବାରକୁ ଯୋଗାଇ ଦିଆଯାଇଛି ଟ୍ୟାପ ଜଳ ସଂଯୋଗ

ନୂଆଦିଲ୍ଲୀ, (ପିଆଇବି) : ଜଳ ଜୀବନ ମିଶନ ଅଧୀନରେ ୨୦୨୧-୨୨ ଆର୍ଥିକ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଅଂଶଧନ ଆକାରରେ ୩,୩୨୩. ୪୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ସେଥି ମଧ୍ୟରୁ ରାଜ୍ୟ ସରକାର ୧,୦୬୪.୫୧ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲ । ଓଡ଼ିଶାକୁ ଜଳ ଜୀବନ ମିଶନ ଅଧୀନରେ ମିଳିଥିବା ଅନୁଦାନ ସଂକ୍ରାନ୍ତ ଏକ ପ୍ରଶ୍ନର ଉତ୍ତରରେ ଶ୍ରୀ ପଟେଲ କହିଥିଲେ ଯେ, ୨୦୧୯-୨୦ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ୟକୁ ଯଥାକ୍ରମେ ୩୬୪.୭୪ କୋଟି ଟଙ୍କା ଏବଂ ୮୧୨.୧୫ କୋଟି ଟଙ୍କା ପ୍ରଦାନ କରାଯାଇଥିଲା । ମିଶନ ଅଧୀନରେ ମିଳିଥିବା କେନ୍ଦ୍ରୀୟ ଅନୁଦାନ ମଧ୍ୟରୁ ୨୦୧୯-୨୦ ଆର୍ଥିକ ବର୍ଷରେ ୨୭୫.୦୨ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୬୮୮.୬୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଅନ୍ୟପଟେ ଜଳ ଜୀବନ ମିଶନ ଅଧୀନରେ ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୯-୨୦, ୨୦୨୦-୨୧ ଏବଂ ୨୦୨୧-୨୧ ଆର୍ଥିକ ବର୍ଷରେ ରାଜ୍ୟ ଅଂଶଧନ ବାବଦରେ ଯଥାକ୍ରମେ ୨୫୫.୦୨ କୋଟି ଟଙ୍କା, ୬୭୩ କୋଟି ଟଙ୍କା ଏବଂ ୧୦୫୪. ୬୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଜଳ ଜୀବନ ମିଶନ ଅଧୀନରେ କେନ୍ଦ୍ର ସରକାର ସବୁ ପରିବାରକୁ ଟ୍ୟାପ ଜଳ ଯୋଗାଣ କରିବାକୁ ଲକ୍ଷ୍ୟ ରଖିଛନ୍ତି । ମିଶନ ଆରମ୍ଭ ହେବା ପରଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୩୬ ଲକ୍ଷ ୯୧ ହଜାର ୮୦୭ଟି ପରିବାରକୁ ଟ୍ୟାପ ଜଳ ଯୋଗାଣ କରାଯାଇଛି । ଏବେ ସୁଦ୍ଧା ମିଶନ ଅଧୀନରେ ଧାର୍ଯ୍ୟ କରାଯାଇଥିବା ଲକ୍ଷ୍ୟର ୪୧.୭୯ ପ୍ରତିଶତ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦିଆଯାଇଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ । ମିଶନର ନିର୍ଦ୍ଧାରିତ ଅବଧି ମଧ୍ୟରେ ସବୁ ପରିବାରକୁ ଟ୍ୟାପ ଜଳ ସଂଯୋଗ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୂଚୀତ କରାଯାଇଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ । ୨୭.୩.୨୦୨୨ ସୁଦ୍ଧା ଟ୍ୟାପ ଜଳ ସଂଯୋଗ ଯୋଗାଇ ଦିଆଯାଇଥିବା ପରିବାରଗୁଡ଼ିକର ଜିଲ୍ଲା ୱାରୀ ପ୍ରତିଶତ :

Leave A Reply

Your email address will not be published.