ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

  • ଭାରତର ୭୮ତମ ସ୍ୱାଧୀନତା ଦିବସ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ
  • ପଶ୍ଚିମ ଏସିଆର୍‌ ସାମ୍ପ୍ରତିକ ସ୍ଥିତିକୁ ନେଇ ଆଲୋଚନା କଲେ ୨ ନେତା
    ଉତ୍ତେଜନା ହ୍ରାସର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କଲେ ପ୍ରଧାନମନ୍ତ୍ରୀ
  • ବନ୍ଧକ ମୁକ୍ତ କରିବା, ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ମାନବିକ ସହାୟତା ପାଇଁ ଭାରତର ଆହ୍ୱାନକୁ ଦୋହରାଇଛନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଠାରୁ ଟେଲିଫୋନ୍ କଲ୍ ପାଇଥିଲେ । ଭାରତର ୭୮ ତମ ସ୍ୱାଧୀନତା ଦିବସ ପାଇଁ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ତାଙ୍କର ଶୁଭେଚ୍ଛା ଜଣାଇଛନ୍ତି । ଦୁଇ ନେତା ପଶ୍ଚିମ ଏସିଆର୍‌ ସ୍ଥିତି ଉପରେ ଆଲୋଚନା କରିଥିଲେ । ଉତ୍ତେଜନା ହ୍ରାସ ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗୁରୁତ୍ୱାରୋପ କରିଥିଲେ । ସମସ୍ତ ବନ୍ଧକଙ୍କୁ ତୁରନ୍ତ ମୁକ୍ତ କରିବା ଏବଂ ପ୍ରଭାବିତଙ୍କ ପାଇଁ ମାନବିକ ସହାୟତା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ଶୀଘ୍ର ଏବଂ ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ସେ ଆହ୍ୱାନ ଦେଇଛନ୍ତି । ଦୁଇ ନେତା ଦ୍ୱିପାକ୍ଷିକ ସହଯୋଗର ବିଭିନ୍ନ ଦିଗ ଏବଂ ଭାରତ-ଇସ୍ରାଏଲ୍ ରଣନୀତିକ ଭାଗିଦାରୀକୁ ଆହୁରି ମଜବୁତ କରିବାର ଉପାୟ ଉପରେ ମଧ୍ୟ ଆଲୋଚନା କରିଥିଲେ । ଦୁଇ ନେତା ପରସ୍ପରର ସମ୍ପର୍କରେ ରହିବାକୁ ରାଜି ହୋଇଛନ୍ତି ।

Leave A Reply

Your email address will not be published.