କକ୍ଷପଥରେ ଓସନସାଟ୍‌-୩

ଚେନ୍ନାଇ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶନିବାର ଭୂପର୍ଯ୍ୟବେକ୍ଷଣ ସାଟେଲାଇଟ୍‌ ଓସନସାଟ୍‌-୩ ସମେତ ଅନ୍ୟ ୮ଟି ଉପଗ୍ରହକୁ ସଫଳତାର ସହ ଦୁଇଟି କକ୍ଷପଥରେ ଅବସ୍ଥାପିତ କରିଛି । ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱାନ ମହାକାଶ କେନ୍ଦ୍ରର ପ୍ରଥମ ଲଞ୍ଚ୍‌ପ୍ୟାଡ୍‌ରୁ ପୂର୍ବାହ୍ନ ୧୧ଟା ୫୬ରେ ପିଏସ୍‌ଏଲ୍‌ଭି-ସି୫୪ ଉପଗ୍ରହମାନଙ୍କୁ ନେଇ ମହାକାଶକୁ ଯାଇଥିଲା । ଏହା ଏକ ସ୍ୱତନ୍ତ୍ର ମିଶନ ଥିଲା ବୋଲି ବୈଜ୍ଞାନିକମାନେ କହିଛନ୍ତି, କାରଣ ସାଟେଲାଇଟ୍‌ଗୁଡ଼ିକୁ ଭିନ୍ନ ଭିନ୍ନ ଉଚ୍ଚତାରେ ବିଭିନ୍ନ କକ୍ଷପଥରେ ଅବସ୍ଥାପିତ କରିବା ପାଇଁ ଏକାଧିକ ଥର ଦକ୍ଷତାର ସହ ସଞ୍ଚାଳନ କରିବାକୁ ପଡ଼ିଥିଲା । ଇସ୍ରୋର ଏହା ଦୀର୍ଘତମ ମିଶନ ବୋଲି କୁହାଯାଉଛି ।

Leave A Reply

Your email address will not be published.