om academy

ଗାଜା ଏବଂ ୱେଷ୍ଟ ବ୍ୟାଙ୍କରେ ଭୟଙ୍କର ଆକ୍ରମଣ, ଇସ୍ରାଏଲରେ ଗୃହଯୁଦ୍ଧର ଆଶଂକା

jsm

ଇସ୍ରାଏଲ୍‌ : ଇସ୍ରାଏଲ୍ ସୈନିକ ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ଚାଲିଥିବା ହିଂସାତ୍ମକ ବିବାଦ ବର୍ତ୍ତମାନ ଗାଜା ୱେଷ୍ଟ ବ୍ୟାଙ୍କର ଅଧିକୃତ ଅଞ୍ଚଳରେ ବ୍ୟାପିଛି । ୱେଷ୍ଟ ବ୍ୟାଙ୍କର ବିଭିନ୍ନ ସ୍ଥାନରେ ହିଂସା ଘଟଣାରେ ଅତି କମରେ ୧୦ ଜଣ ପାଲେଷ୍ଟାଇନୀୟଙ୍କ ମୃତ୍ୟୁ ଘଟିଛି ଏବଂ ଶହ ଶହ ଲୋକ ଆହତ ହୋଇଥିବା ଖବର ଆସୁଛି । ମିଳିଥିବା ସୂଚନା ଅନୁସାରେ ଇସ୍ରାଏଲ ସେନା ଏହି ଅଂଚଳରେ ଲୁହବୁହା ଗ୍ୟାସ ବୁଲେଟ୍ ଏବଂ ରବର ବୁଲେଟ୍ ବ୍ୟବହାର କରୁଛନ୍ତି । ଏଥି ସହିତ ପାଲେଷ୍ଟାଇନୀୟମାନେ ଅନେକ ସ୍ଥାନରେ ପେଟ୍ରୋଲ ବୋମା ଫିଙ୍ଗିଛନ୍ତି ।

ୱେଷ୍ଟ ବ୍ୟାଙ୍କର କେତେକ ଅଂଚଳରେ ବାରମ୍ବାର ଗମ୍ଭୀର ବିବାଦର ଖବର ଆସୁଛି, ଯାହାକୁ ବର୍ଷ ବର୍ଷ ଧରି ଏହି ଅଂଚଳରେ ସବୁଠାରୁ ଭୟଙ୍କର ହିଂସା ବୋଲି ବର୍ଣ୍ଣନା କରାଯାଉଛି । ସପ୍ତାହେ ଧରି ଉତ୍ତେଜନା ପରେ ଗତ ଶୁକ୍ରବାର ଦିନ ପୂର୍ବ ଜେରୁଜେଲମରୁ ଇସ୍ରାଏଲ୍ ସେନା ଏବଂ ପାଲେଷ୍ଟାଇନୀୟମାନଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ହୋଇଥିଲା ଯାହା ଧୀରେ ଧୀରେ ବିଚ୍ଛିନ୍ନ ଅଞ୍ଚଳରେ ବ୍ୟାପିବାରେ ଲାଗିଛି ।

Leave A Reply

Your email address will not be published.