କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ପୂରଣ ହେଲା ୧୦୦ ଦିନ

ନୂଆଦିଲ୍ଲୀ : କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ୧୬ ଡିସେମ୍ବର ଅର୍ଥାତ୍ ଶୁକ୍ରବାର ୧୦୦ ଦିନ ପୂରଣ ହୋଇଛି । ଏହାରି ଭିତରେ ରାହୁଲ ଗାନ୍ଧୀ ୨୮୦୦ କିଲୋମିଟରରୁ ଅଧିକ ବାଟ ଅତିକ୍ରମ କରି ସାରିଲେଣି । ଭାରତ ଯୋଡୋ ଯାତ୍ରା ଏବେ ୭ଟି ରାଜ୍ୟ ଅତିକ୍ରମ କରି ସାରିଲାଣି । ଏଥି ମଧ୍ୟରେ ରହିଛି ତାମିଲନାଡୁ, କେରଳ, କର୍ଣ୍ଣାଟକ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ମହାରାଷ୍ଟ୍ର, ମଧ୍ୟ ପ୍ରଦେଶ ଆଉ ଏବେ ୮ମ ରାଜ୍ୟ ରାଜସ୍ଥାନ ରହିଛି । ସୂଚନା ଅନୁସାରେ, ଭାରତ ଯୋଡୋ ଯାତ୍ରାର ୧୦୦ ଦିନ ଏଥିପାଇଁ ମହତ୍ୱପୂର୍ଣ୍ଣ କାରଣ ଆଜିର ଦିନକୁ କଂଗ୍ରେସ ବିଜୟ ଦିବସ ଭାବେ ପାଳନ କରୁଛି । ଶୁକ୍ରବାର ଭାରତ ଯୋଡୋ ଯାତ୍ରାକୁ ୧୦୦ଦିନ ପୂରଣ ହେବା ଅବସରରେ ରାହୁଲ ଗାନ୍ଧୀ ଜୟପୁରରେ ତାଙ୍କର ଅଷ୍ଟମ ପ୍ରେସ୍‌ କନଫରେନ୍ସ କରିବେ । ଏହି ସମୟରେ ଖବରଦାତାଙ୍କ ସହ ସେ ଦେଶର ବିଭିନ୍ନ ଚ୍ୟାଲେଞ୍ଜକୁ ନେଇ କଥା ହେବେ, ଏହାସହିତ ଭାରତ ଯୋଡୋ ଯାତ୍ରାର ଅନୁଭୁତି ସେୟାର କରିବେ । ଶୁକ୍ରବାର ଯାତ୍ରାର ନୂଆ ଥିମ ସଙ୍ଗ୍‌ ଲଞ୍ଚ୍‌ କରାଯିବାର ଯୋଜନା ରହିଛି ।

Leave A Reply

Your email address will not be published.