jayashree

ଆତଙ୍କୀ ଗୁଳିମାଡରେ ଥରି ଉଠିଲା ଇରାନ୍‌ର ସିରାଜ ସହର : ତୀର୍ଥସ୍ଥଳରେ ୧୫ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବୁଧବାର ଆତଙ୍କବାଦୀ ଆକ୍ରମଣରେ ଥରି ଉଠିଛି ଇରାନର ସିରାଜ ସହର । ସହରର ମୁସଲମାନ ମାନଙ୍କର ଏକ ଶିଆ ତୀର୍ଥସ୍ଥଳରେ କିଛି ବନ୍ଧୁକଧାରୀ ଲୋକଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ । ଏଥିରେ ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଇରାନର ରାଜ୍ୟ ଗଣମାଧ୍ୟମ ଅନୁଯାୟୀ ଏହି ତଥ୍ୟ ସାମ୍ନାକୁ ଆସିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ଏହି ଆକ୍ରମଣରେ ୧୦ ଜଣ ମଧ୍ୟ ଆହତ ହୋଇଛନ୍ତି । ଏହି ଘଟଣା ସ୍ଥାନୀୟ ସମୟ ଅପରାହ୍ନ ପ୍ରାୟ ୫.୪୫ ମିନିଟ ବେଳେ ହୋଇଛି । ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଗିରଫ କରାଯାଇଛି ଏବଂ ତୃତୀୟଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି । ସୂଚନାଯୋଗ୍ୟ ଯେ, ଇରାନରେ ସୁନ୍ନି ଉଗ୍ରବାଦୀମାନେ ଅତୀତରେ ଶିଆ ମୁସଲମାନ ମାନଙ୍କର ପବିତ୍ର ସ୍ଥାନକୁ ଟାର୍ଗେଟ କରିଥିଲେ । ଏକ ସ୍ଥାନୀୟ ସାମାଚାର ଏଜେନ୍ସି କହିଛି ଯେ, ଆକ୍ରମଣକାରୀ ମାନେ ଟକଫିରୀ ଥିଲେ, ଯେଉଁମାନେ ଏହି ଆକ୍ରମଣ ପାଇଁ ଦେଶରେ ଚାଲିଥିବା ଅଶାନ୍ତିର ସୁଯୋଗ ନେଇଥିଲେ । ୨୨ ବର୍ଷୀୟ ମହସା ଆମିନୀଙ୍କ ପୋଲିସ୍ ହେପାଜତରେ ମୃତ୍ୟୁ ପରେ ସେପ୍ଟେମ୍ବର ୧୬ ଠାରୁ ସରକାର ବିରୋଧୀ ବିରୋଧ ପ୍ରଦର୍ଶନ ଜାରି ରହିଛି । ସୂଚନାନୁସାରେ, ଏପର୍ୟ୍ୟନ୍ତ ୨ ଶହ ରୁ ଅଧିକ ପ୍ରଦର୍ଶନକାରୀଙ୍କ ମୃତ୍ୟୁ ଘଟିଛି ଏବଂ ହଜାର ହଜାର ଲୋକଙ୍କୁ ଗିରଫ କରାଯାଇଛି । ଆମିନିଙ୍କ ମୃତ୍ୟୁ ଘଟଣା ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ ଇରାନର ସର୍ବ ବୃହତ ସରକାରୀ ବିରୋଧୀ ଆନ୍ଦୋଳନକୁ ଉତ୍ସାହିତ କରିଛି । ଦେଶରେ ମହିଳାଙ୍କ କଠୋର ଡ୍ରେସ କୋଡ ଉଲ୍ଲଂଘନ ଅଭିଯୋଗରେ ଆମିନୀଙ୍କୁ ଗିରଫ କରାଯାଇଥିଲା । ହିଜାବକୁ ଠିକ୍ ଭାବରେ ନ ପିନ୍ଧିବାରୁ ଅମିନୀଙ୍କୁ ଇରାନର ଧାର୍ମିକ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.