ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ (ପିଏଲବି)କୁ ମଞ୍ଜୁର ଓ ଘୋଷଣା କଲା କ୍ୟାବିନେଟ୍

ନୂଆଦିଲ୍ଲୀ, (ପିଆଇବି) : ରେଳ କର୍ମଚାରୀଙ୍କ ଉତ୍କୃଷ୍ଟ ପ୍ରଦର୍ଶନକୁ ସ୍ୱୀକୃତି ଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍‌ ବୈଠକରେ ୧୧,୭୨,୨୪୦ ରେଳ କର୍ମଚାରୀଙ୍କ ଲାଗି ୨୦୨୮.୫୭ କୋଟି ଟଙ୍କାର ୭୮ ଦିନର ଉତ୍ପାଦକତା ଆଧାରିତ ବୋନସ୍ (ପିଏଲ୍‌ବି) ପ୍ରଦାନକୁ ଅନୁମୋଦନ ଓ ଘୋଷଣା କରିଛି । ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ଏକ୍ସସି କର୍ମଚାରୀଙ୍କ ଭଳି ରେଳ କର୍ମଚାରୀଙ୍କୁ ଏହି ରାଶି ପ୍ରଦାନ କରାଯିବ । ପିଏଲ୍‌ବିର ଦେୟ ରେଳବାଇର ପ୍ରଦର୍ଶନରେ ଉନ୍ନତି ଆଣିବା ଦିଗରେ କାର୍ଯ୍ୟ କରିବା ପାଇଁ ରେଳ କର୍ମଚାରୀମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ଏକ ପ୍ରୋତ୍ସାହନ ଭାବରେ କାର୍ଯ୍ୟ କରିଥାଏ । ଯୋଗ୍ୟ ରେଳ କର୍ମଚାରୀମାନଙ୍କୁ ପ୍ରତିବର୍ଷ ଦୁର୍ଗାପୂଜା / ଦଶହରା ଛୁଟି ପୂର୍ବରୁ ପିଏଲ୍‌ବି ପ୍ରଦାନ କରାଯାଏ । ଚଳିତ ବର୍ଷ ମଧ୍ୟ ପ୍ରାୟ ୧୧.୭୨ ଲକ୍ଷ ଅଣଗେଜେଟେଡ୍ ରେଳ କର୍ମଚାରୀଙ୍କୁ ୭୮ ଦିନର ଦରମା ସହ ସମାନ ପିଏଲବି ରାଶି ପ୍ରଦାନ କରାଯାଉଛି । ପ୍ରତି ଯୋଗ୍ୟ ରେଳ କର୍ମଚାରୀଙ୍କୁ ସର୍ବାଧିକ ୧୭,୯୫୧/- ଟଙ୍କା ପର୍ଯ୍ୟନ୍ତ ୭୮ ଦିନର ବେତନ ଦିଆଯିବ । ଉପରୋକ୍ତ ରାଶି ରେଳ କର୍ମଚାରୀ ଯଥା ରେଳ ଧାରଣା ରକ୍ଷଣାବେକ୍ଷଣକାରୀ, ଲୋକୋ ପାଇଲଟ୍, ଟ୍ରେନ୍ ମ୍ୟାନେଜର (ଗାର୍ଡ), ଷ୍ଟେସନ୍ ମାଷ୍ଟର, ସୁପରଭାଇଜର, ଟେକ୍ନିସିଆନ୍, ଟେକ୍ନିସିଆନ୍ ହେଲପର, ପଏଣ୍ଟମ୍ୟାନ୍, ମନ୍ତ୍ରଣାଳୟ ସ୍ତରୀୟ କର୍ମଚାରୀ ଏବଂ ଅନ୍ୟ ଗ୍ରୁପ୍ ‘ସି’ କର୍ମଚାରୀଙ୍କୁ ପ୍ରଦାନ କରାଯିବ । ୨୦୨୩-୨୦୨୪ ବର୍ଷରେ ରେଳବାଇର ପ୍ରଦର୍ଶନ ବହୁତ ଭଲ ଥିଲା । ରେଳବାଇ ୧୫୮୮ ନିୟୁତ ଟନ୍‌ର ରେକର୍ଡ କାର୍ଗୋ ଲୋଡ୍ କରିଛି ଏବଂ ପାଖାପାଖି ୬.୭ ବିଲିୟନ ଯାତ୍ରୀ ପରିବହନ କରିଛି । ଏହି ରେକର୍ଡ ପ୍ରଦର୍ଶନରେ ଅନେକ କାରଣ ଯୋଗଦାନ କରିଥିଲେ । ରେଳବାଇରେ ସରକାରଙ୍କ ଦ୍ୱାରା ରେକର୍ଡ କ୍ୟାପେକ୍ସ ପ୍ରୟୋଗ ଯୋଗୁଁ ଭିତ୍ତିଭୂମିରେ ଉନ୍ନତି, ପରିଚାଳନାରେ ଦକ୍ଷତା ଏବଂ ଉନ୍ନତ ଜ୍ଞାନକୌଶଳ ଇତ୍ୟାଦି ଅନ୍ତର୍ଭୁକ୍ତ ।

Leave A Reply

Your email address will not be published.