ଭାରତର ଜି-୨୦ ନେତୃତ୍ୱରେ, ଡିପିଆଇ ସଂଜ୍ଞା, ଢାଞ୍ଚା ଏବଂ ନୀତି ଉପରେ ଐତିହାସିକ ବିଶ୍ୱ ସହମତି ହାସଲ ହୋଇଛି : ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର

  • ଅନ୍ତର୍ଭୁକ୍ତିକରଣ ପାଇଁ ଡିପିଆଇ ଏକ ଶକ୍ତିଶାଳୀ ବ୍ୟବସ୍ଥା, ବିଶେଷକରି ଦକ୍ଷିଣ ବିଶ୍ୱର ଦେଶମାନଙ୍କ ପାଇଁ: ରାଷ୍ଟ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର
  • ପଛୁଆ ଦେଶମାନେ ଏହି ସହମତିକୁ ଡିପିଆଇରେ ଭାରତର ନେତୃତ୍ବକୁ ଅନୁସରଣ କରିବାର ଏକ ମାର୍ଗ ଭାବରେ ଦେଖୁଛନ୍ତି: ରାଜୀବ ଚନ୍ଦ୍ରଶେଖର

ଦିଲ୍ଲୀ, (ପିଆଇବି) : କେନ୍ଦ୍ର ଦକ୍ଷତା ବିକାଶ ଓ ଉଦ୍ୟମିତା ଏବଂ ଇଲେକ୍ଟ୍ରୋନିକ୍ସ ଓ ଆଇଟି ରାଷ୍ଟ୍ରମନ୍ତ୍ରୀ ଶ୍ରୀ ରାଜୀବ ଚନ୍ଦ୍ରଶେଖର ଆଜି ଗଣମାଧ୍ୟମ ସହ ଆଲୋଚନା କରିଛନ୍ତି, ଯେଉଁଠାରେ ସେ ଅଗଷ୍ଟରେ ଅନୁଷ୍ଠିତ ଡିଜିଟାଲ ଅର୍ଥନୀତି ମନ୍ତ୍ରୀମାନଙ୍କ ବୈଠକର ଗୁରୁତ୍ୱପୂର୍ଣ୍ଣ ଫଳାଫଳ ବିଷୟରେ ସୂଚନା ଦେଇଥିଲେ । ଭାରତର ଅଧ୍ୟକ୍ଷତାରେ ଜି-୨୦ ଡିଜିଟାଲ ଅର୍ଥ ମନ୍ତ୍ରୀମାନେ କିପରି ଭବିଷ୍ୟତର ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି (ଡିପିଆଇ)କୁ ପ୍ରଭାବଶାଳୀ ରୂପ ଦେବେ ସେ ନେଇ ଏକ ଐତିହାସିକ ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସେ ଆଲୋକପାତ କରିଥିଲେ।
ଶ୍ରୀ ରାଜୀବ ଚନ୍ଦରଶେଖର କହିଥିଲେ ଯେ ଡିଜିଟାଲ ସାର୍ବଜନୀନ ଭିତ୍ତିଭୂମି, ସାଇବର ସୁରକ୍ଷା ଏବଂ ଡିଜିଟାଲ ଦକ୍ଷତା ଆଦି ତିନୋଟି ପ୍ରମୁଖ କ୍ଷେତ୍ର ଉପରେ ଦେଶଗୁଡ଼ିକ ମଧ୍ୟରେ ସହମତି ବ୍ୟାପକ ଭାବରେ କେନ୍ଦ୍ରୀଭୂତ ହୋଇଛି ।
ପ୍ରଥମ ଥର ପାଇଁ ଡିପିଆଇ ଏକ ବିଶ୍ୱସ୍ତରୀୟ ସହମତିରେ ପହଞ୍ଚିଛି ଏବଂ ସେମାନଙ୍କର ସଂଜ୍ଞା, ଢାଞ୍ଚା ଏବଂ ନୀତି କ’ଣ ହେବା ଉଚିତ୍ । ଏହା ଏକ ରୋମାଞ୍ଚକର ବାର୍ତ୍ତାଳାପ ଯାହା ଜି-୨୦ ପରିପ୍ରେକ୍ଷୀରେ ଜୋର ଧରିଛି । ପ୍ରଗତି ଏବଂ ଅଭିବୃଦ୍ଧି ପାଇଁ ବୈଷୟିକ ଉପକରଣବ୍ୟବହାର ଏବଂ ନିୟୋଜିତ କରିଥିବା ଏକ ରାଷ୍ଟ୍ର ଭାବରେ ଭାରତ ବର୍ତ୍ତମାନ ଏକ ଅଧ୍ୟୟନ କ୍ଷେତ୍ର ପାଲଟିଛି । ପଛରେ ପଡ଼ିଥିବା ଦେଶଗୁଡ଼ିକ ଏହାକୁ ଡିପିଆଇ, ଏକ ଓପନ୍ ସୋର୍ସ ଡିଜିଟାଲ୍ ଭିତ୍ତିଭୂମିରେ ଭାରତର ନେତୃତ୍ବ ନେବାର ପଦକ୍ଷେପକୁ ଅନୁସରଣ କରିବା ଏବଂ ଏହାକୁ ବ୍ୟବହାର କରି ଭାରତର ସମାନ ପ୍ରଭାବ ସୃଷ୍ଟି କରିବାର ଏକ ଉପାୟ ଭାବରେ ଦେଖୁଛନ୍ତି। ଏହି ଜି-୨୦ ଆଲୋଚନା ମାଧ୍ୟମରେ ଆମେ ଆହୁରି ବୁଝିପାରିଛୁ ଯେ ଡିପିଆଇ କିପରି ଅନ୍ତର୍ଭୁକ୍ତୀକରଣ ପାଇଁ ଏକ ଶକ୍ତିଶାଳୀ ବ୍ୟବସ୍ଥା, ବିଶେଷକରି ଦକ୍ଷିଣ ବିଶ୍ୱର ଦେଶମାନଙ୍କ ପାଇଁ।
ଆର୍ମେନିଆ, ସିଏରା ଲିଓନ୍, ସୁରିନାମ, ଆଣ୍ଟିଗୁଆ, ବାର୍ବାଡୋସ୍, ତ୍ରିନିଦାଦ ଓ ଟୋବାଗୋ, ପାପୁଆ ନ୍ୟୁ ଗିନି ଏବଂ ମରିସସ୍ ଭଳି ଦେଶମାନଙ୍କ ସହ ଭାରତ ୮ଟି ବୁଝାମଣା ପତ୍ର (ଏମଓୟୁ) ସ୍ୱାକ୍ଷର କରିଛି। ଏହି ରାଷ୍ଟ୍ରଗୁଡ଼ିକ ଏବେ ସେମାନଙ୍କ ସୀମା ମଧ୍ୟରେ ଏହି ସମ୍ବଳଗୁଡ଼ିକୁ ଗ୍ରହଣ କରିବା ଏବଂ ବ୍ୟବହାର କରିବାର ସୁଯୋଗ ପାଇଛନ୍ତି, ଯାହା ସେମାନଙ୍କର ଅନନ୍ୟ ଉଦ୍ଭାବନ ଇକୋସିଷ୍ଟମକୁ ଆହୁରି ବିକଶିତ କରିବ ।
ଡିପିଆଇ ବ୍ୟତୀତ ଦେଶଗୁଡ଼ିକ କିପରି ସାଇବର ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ସେ ବିଷୟରେ ମନ୍ତ୍ରୀ କହିଥିଲେ ଏବଂ ଦ୍ରୁତ ଗତିରେ ବଢୁଥିବା ଅର୍ଥନୀତି ପାଇଁ ଏହାର ଗୁରୁତ୍ୱ ଉପରେ ମତ ରଖିଥିଲେ । ଶ୍ରୀ ରାଜୀବ ଚନ୍ଦ୍ରଶେଖର କହିଛନ୍ତି, ସାଇବର ସୁରକ୍ଷା ପ୍ରସଙ୍ଗରେ ଜି-୨୦ ଡିଜିଟାଲ ଅର୍ଥ ମନ୍ତ୍ରୀମାନେ ବ୍ୟବସାୟକୁ ସୁରକ୍ଷିତ ରଖିବା କାହିଁକି ଜରୁରୀ ସେ ନେଇ ବ୍ୟାପକ ଆଲୋଚନା କରିଛନ୍ତି। ସାଇବର ନିରାପତ୍ତା ବିଶ୍ୱର ସମସ୍ତ ଦେଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କାରଣ ଡିଜିଟାଲ ଅର୍ଥନୀତି ଅର୍ଥନୈତିକ ପ୍ରଗତି ଏବଂ ବିଶ୍ୱ ଅର୍ଥନୀତିର ଏକ ବୃହତ ଉପାଦାନ ପାଲଟିଛି ।
ସହମତିର ତୃତୀୟ ବିଷୟ ଥିଲା ଡିଜିଟାଲ ଦକ୍ଷତା । କୋଭିଡ୍ ପରବର୍ତ୍ତୀ ଡିଜିଟାଲ୍ ଦୁନିଆରେ ଯୁବବର୍ଗଙ୍କ ମଧ୍ୟରେ ଡିଜିଟାଲ କୌଶଳ ଶିଖାଇବା ଓ ସୁନିଶ୍ଚିତ କରିବା ରାଷ୍ଟ୍ରମାନଙ୍କ ପାଇଁ ଜରୁରୀ ବୋଲି ମନ୍ତ୍ରୀ କହିଥିଲେ।
କୋଭିଡ୍ ପରବର୍ତ୍ତୀ ଡିଜିଟାଲ୍ ଦୁନିଆରେ ଡିଜିଟାଲ୍ ଦକ୍ଷତାର ଆବଶ୍ୟକତା ବଢ଼ିବାରେ ଲାଗିଛି। ଭାରତର ପ୍ରତିଭା ଆମର ଯୁବବର୍ଗଙ୍କ ପାଇଁ ଡିଜିଟାଲ ଦକ୍ଷତା ସୃଷ୍ଟି କରିବା ଉପରେ ଧ୍ୟାନ ଦେଉଛି । ଏହି ଆଲୋଚନା ସମୟରେ ଏହା ପ୍ରତିଫଳିତ ହୋଇଛି। ଆଗାମୀ ଟେକ୍ନୋଲୋଜିରେ ଚାଲିଥିବା ଆହ୍ୱାନର ମୁକାବିଲା ପାଇଁ ଡିଜିଟାଲ ପ୍ରସ୍ତୁତ, ଭବିଷ୍ୟତ ପ୍ରସ୍ତୁତ ଦକ୍ଷତା ପ୍ରତିଭା ସୃଷ୍ଟି କରିବା ପାଇଁ ଅନେକ ଦେଶ ପରସ୍ପର ସହ ଏବଂ ଭାରତ ସହିତ ଭାଗିଦାରୀ କରିବାକୁ ଆଗ୍ରହୀ ବୋଲି ରାଜୀବ ଚନ୍ଦ୍ରଶେଖର କହିଛନ୍ତି ।

Leave A Reply

Your email address will not be published.