centurian jitm

ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ବିଜେତାମାନଙ୍କ ନାମ ଘୋଷଣା

nschool

• ଓଡ଼ିଶାରୁ ଜିତିଲେ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲର କନିଷ୍କ ଓ ହ୍ଵିପ୍ କୁମାର ବେହେରା
• ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶର ୩୬ ଜଣ ବିଜେତା

ନୂଆଦିଲ୍ଲୀ, (ପିଆଇ) : ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ୩୬ ଜଣ ବିଜେତାମାନଙ୍କୁ ଚୟନ କରାଯାଇଛି । ଏହି ବିଜେତାମାନେ ପରବର୍ତ୍ତୀ ଜାତୀୟ ରାଉଣ୍ଡରେ ନିଜ ନିଜ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ପକ୍ଷରୁ ପ୍ରତିନିଧିତ୍ବ କରିବାର ସୁଯୋଗ ପାଇବେ । ରାଜ୍ୟ ରାଉଣ୍ଡରେ ଓଡ଼ିଶାରୁ କଣିହାଁ ଏନଟିପିସି ଡିଏଭି ପବ୍ଲିକ୍ ସ୍କୁଲ ଦୀପଶିଖାର କନିଷ୍କ ଓ ହ୍ଵିପ୍ କୁମାର ବେହେରା ବିଜୟୀ ହୋଇଛନ୍ତି ।
ଫେବୃଆରୀ ଏବଂ ମାର୍ଚ୍ଚ ମାସରେ ଫିଟ୍ ଇଣ୍ଡିଆ କୁଇଜ୍ ରାଜ୍ୟ ରାଉଣ୍ଡର ଫାଇନାଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଯୋଗ୍ୟତାପ୍ରାପ୍ତ ୩୫୯ ବିଦ୍ୟାଳୟ ଅଂଶଗ୍ରହଣ କରିଥିଲେ । ସେମାନେ ନିଜ ନିଜ ରାଜ୍ୟସ୍ତରରେ ଚାମ୍ପିଅନ ହେବା ଲାଗି ପ୍ରତିଯୋଗିତା କରିଥିଲେ । ପ୍ରତ୍ୟେକ ରାଜ୍ୟ ଚାମ୍ପିଅନମାନଙ୍କୁ ୨.୭୫ ଲକ୍ଷ ଟଙ୍କାର ନଗଦ ପୁରସ୍କାରରେ ସମ୍ମାନିତ କରାଯାଇଛି । ପ୍ରତିଯୋଗୀଙ୍କ ପାଇଁ ୨୫ ହଜାର ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ୨.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ପ୍ରତିଯୋଗୀମାନେ ଫିଟ ଇଣ୍ଡିଆର ପରବର୍ତ୍ତୀ ଜାତୀୟ ପ୍ରତିଯୋଗିତାରେ ନିଜ ରାଜ୍ୟ ତରଫରୁ ଅଂଶଗ୍ରହଣ କରିବେ ।
ରାଜ୍ୟ ପ୍ରତିଯୋଗିତା ଫାଇନାଲରେ ସେମାନଙ୍କ ରାଜ୍ୟରେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା ପ୍ରଥମ ଏବଂ ଦ୍ବିତୀୟ ରନର୍ସ ଅପ୍ଙ୍କୁ ୧.୧ ଲକ୍ଷ ଟଙ୍କା (ଛାତ୍ରଙ୍କୁ ୧୦ ହଜାର+ବିଦ୍ୟାଳୟକୁ ୧ ଲକ୍ଷ) ଏବଂ ୫୫ ହଜାର ଟଙ୍କା (ଛାତ୍ରଙ୍କୁ ୫ ହଜାର + ବିଦ୍ୟାଳୟକୁ ୫୦ ହଜାର) ଦିଆଯାଇଛି ।
୩୬ଟି ସ୍କୁଲ ଦଳ (ପ୍ରତ୍ୟେକ ରାଜ୍ୟ ଏବଂ/କିମ୍ବା କେନ୍ଦ୍ର ଶାସିତ ପ୍ରଦେଶର ବିଜେତା) ଏବେ ଜାତୀୟ ରାଉଣ୍ଡରେ ଅଂଶଗ୍ରହଣ କରିବେ । ଫିଟ୍ ଇଣ୍ଡିଆ ପ୍ରତିଯୋଗିତାର ଜାତୀୟ ରାଉଣ୍ଡ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ । ଏହା ଷ୍ଟାର ସ୍ପୋର୍ଟସ୍ ଏବଂ ବିଭିନ୍ନ ସୋଶାଲ ମିଡିଆ ଚ୍ୟାନେଲରେ ପ୍ରସାରଣ କରାଯିବ ।
ଜାତୀୟ କୁଇଜ୍ ପ୍ରତିଯୋଗିତାର ବିଜେତା ପ୍ରତିଯୋଗୀ ସେମାନଙ୍କ ଏବଂ ସେମାନଙ୍କ ବିଦ୍ୟାଳୟ ପାଇଁ ଅର୍ଥରାଶି ପୁରସ୍କାର ସ୍ବରୂପ ଜିତିବେ। ତାଙ୍କୁ ଦେଶର ପ୍ରଥମ ଫିଟ୍ ଇଣ୍ଡିଆ କୁଇଜ୍ ପ୍ରତିଯୋଗିତାର ଚାମ୍ପିଅନ ମାନ୍ୟତା ମିଳିବ ।

ନିମ୍ନରେ ବିଭିନ୍ନ ରାଜ୍ୟର ବିଜେତାମାନଙ୍କର ନାମ ଦିଆଗଲା :-

1) Jammu Kashmir – Kotwal National Institute of Teaching -Jammu -Ritik Katal & Vasudev Singh Jamwal
2) Himachal Pradesh – Delhi Public School – Jhakri – Shimla- Mohammad Hammad & Sahil Bhatia
3) Punjab -Yadavindra Public School Sas Nagar Mohali – Mohali -Manan Thareja & Jaivir Singh Sandhu
4) Chandigarh – Bhavan Vidyalaya Chandigarh – Chandigarh -Jiya Takeja & Yatharth Ratti
5) Uttarakhand – Dps Ranipur -Haridwar – Suhana Verma & Anand Jha
6) Haryana -Dav Multipurpose Public School – Sonipat -Lakshay Sura & Aditya Malik
7) Delhi – Delhi Public School, RK Puram- Central Delhi – Vedant Singh & Aparna Kanodia
8) Uttar Pradesh -Sunbeam School Lahartara -Varanasi -Shashwat Mishra & Ayushman Dubey
9) Bihar – Jay Pratap Singh Public School – Saharsa – Mohit Ranjan & Aashish Ranjan
10) Sikkim – Don Bosco School – West Sikkim -Jigyasha Giri & Shristi Mukhia Pirthawar
11) Arunachal Pradesh – Kendriya Vidyalaya, Tengavalley -West Kameng -Kusal Kumar & Sonar Sonam Wange
12) Nagaland -Kv Lumami Nu – Zunheboto -Tanubhav Bhagowati & Waluniba Longchar
13) Manipur- Moirangpurel High School -Imphal East -Naorem Diana Chanu & Naorem Diasy Chanu
14) Mizoram – St Francis Of Assisi High School, Mamit -Mamit -Justin Lalvenpuia & Lalnunpuia
15) Tripura -Shishu Bihar Hs School – West Tripura – Saswata Bhattacharjee & Utsab Das
16) Meghalaya – Kendriya Vidyalaya, Tura – West Garo Hills – Prabhjot Kaurm & Sadik Choudhury
17) Assam -Tezpur Science Academy – Sonitpur – Pragan – Pratim Sharma & Manali Roy
18) West Bengal – Delhi Public School, Ruby Park – Kolkata – Sreejan Bose & Pushan Bhattacharya
19) Jharkhand – Delhi Public School, Ranchi – Ranchi -Shakeb Arsalan & Vaishnav Garodia
20) Odisha – Dav Public School, Ntpc – Deepshikha Kaniha -Angul – Kanishk & Wheep Kumar Behera
21) Chhattisgarh – Krishna Public School., Kamal Vihar, Raipur -Raipur -Manan Sethia & Ishant Talreja
22) Madhya Pradesh – Choithram School, North Campus – Indore -Tishya Agrawal & Aaditya Joshi
23) Gujarat – S B R Maheshwari Vidyapeeth -Surat -Pratik Singh & Sarthak Maheshwari
24) Maharashtra – P. G. Garodia School (Icse) – Mumbai City – Tanay Gautam Sheth & Aakash Viswanath
25) Andhra Pradesh – Mjpapbcwr School – Chittoor – B Guru Prasad & A Mani
26) Goa – Navy Children School – South Goa – Ziyan Charania & Tuhashri Anil Rawal
27) Lakshadweep -Drkkmkgsss Kalpeni – Lakshadweep -Rana Jabin K P & Shanib Jaleel Cn
28) Tamil Nadu – Devi Academy Senior Secondary School -Tiruvallur – H Naveed Ahamed & Varun Anand Iyengar
29) Puducherry – Amalorpavam Lourds Academy – Puducherry – Ajish Priyan.K & Naveena Priyan.S
30) Andaman Nicobar – Navy Children School -South Andaman – Kazi Ryan Hossain & Aynul Hayat
31) Telangana – Jubilee Hills Public School – Hyderabad – Vinayak Bhardwaj & Mohak Dugar
32) Ladakh – Govt Higher Secondary School, Akchamal – Kargil -Nargis Khatoon & Zahir Abass
33) Rajasthan – St Pauls Sr Sec School – Udaipur – Nalin Bansal & Hunar Pandya
34) Dadra Nagar Haveli, Daman & Diu – Alok Public School – Dadra Nagar Haveli -Mohit Nilesh Patil & Divyansh Sharma
35) Karnataka – Kendriya Vidyalaya – Brbnmpl Mysuru – Mysore – Namrata Sanjiv Gunjikar & Yandrapu Indu Hasini
36) Kerala – Govt. Model Higher Secondary School, Calicut University – Malappuram -Sreenandh Sudheesh & Navaneeth Krishnan

Leave A Reply

Your email address will not be published.