ଗୌହାଟୀ : ସର୍ବାନନ୍ଦ ସୋନୱାଲ ଆଜି ଆସାମ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସୋନୋଓ୍ୱାଲଙ୍କ ସମେତ ତାଙ୍କ ମନ୍ତ୍ରୀମଣ୍ଡଳ ବି ଇସ୍ତଫା ଦେଇଥିବା ସୂଚନା ମିଳିଛି । ସେପଟେ ଆଜି ସ୍ଥିର ହେବ କିଏ ହେବେ ଆସାମର ନୂଆ ମୁଖ୍ୟମନ୍ତ୍ରୀ । ଅନ୍ୟପକ୍ଷରେ ଆଜି ଦିସପୁରରେ ବସିଛି ବିଜେପି ବିଧାୟକ ଦଳ ବୈଠକ । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବେ ଏଥିରେ ସ୍ଥିର ହେବ । ଏଠାରେ ବିଧାୟକ ଦଳ ନେତା ନିର୍ବାଚିତ ହେବେ । ଏଥିରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଦଳୀୟ ସାଧାରଣ ସଂପାଦକ ଅରୁଣ ସିଂହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଛନ୍ତି । ଯାହା ସୂଚନା ମିଳିଛି ହିମନ୍ତ ବିଶ୍ୱଶର୍ମା ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ।