ଚପର୍ ଦୁର୍ଘଟଣା : ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ପୂରା ଘଟଣାକ୍ରମ ବଖାଣିଲେ, କହିଲେ – ତ୍ରିସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି

ନୂଆଦିଲ୍ଲୀ : ତାମିଲନାଡୁର କୁନୁରରେ ଏମ୍‌ଆଇ -୧୭ ଦୁର୍ଘଟଣାରେ ଦେଶର ପ୍ରଥମ ସିଡିସି ଜେନେରାଲ ବିପିନ ରାୱତଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୨ ଜଣ ମଧ୍ୟ ପ୍ରାଣ ହରାଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗୁରୁବାର ସଂସଦର ଉଭୟ ଗୃହରେ ଏକ ବିବୃତ୍ତି ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପୂର୍ବାହ୍ନ ୧୧:୦୦ ରେ ଲୋକସଭାରେ କହିଛନ୍ତି ଯେ, ଜେନେରାଲ ରାୱତ ତାଙ୍କ ନିର୍ଦ୍ଧାରିତ ଗସ୍ତରେ ଆସୁଥିଲେ। ବୁଧବାର ଦିନ ଦିନ ୧୧.୪୮ରେ ଏମ୍‌ଆଇ -୧୭ ହେଲିକପ୍ଟର ଉଡ଼ାଣ କରିଥିଲା । ଏୟାର ଟ୍ରାଫିକ୍ କଣ୍ଟ୍ରୋଲ୍ ସକାଳ ପ୍ରାୟ ୧୨:୦୮ରେ ନିୟନ୍ତ୍ରଣ ହରାଇଥିଲାଲା । ସ୍ଥାନୀୟ ଲୋକ ଏ ବିଷୟରେ ପ୍ରଶାସନକୁ ସୂଚନା ଦେଇଥିଲେ।

ସଙ୍ଗେ ସଙ୍ଗେ ସ୍ଥାନୀୟ ପ୍ରଶାସନର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ରିଲିଫ କାର୍ୟ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟର ବାହାର କରାଯାଇଥିବା ସମସ୍ତ ଲୋକଙ୍କୁ ୱେଲିଙ୍ଗଟନ୍‌ର ମିଲିଟାରୀ ହସ୍ପିଟାଲକୁ ନିଆଯାଇଥିଲା । ଏହି ଦୁର୍ଘଟଣାରେ ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଛି । ରାଜନାଥ ସିଂ ବିପିନ ରାୱତ, ତାଙ୍କ ପତ୍ନୀ ମଦୁଲିକା ରାୱତ ଏବଂ ୧୧ ଜଣ ସେନା ଅଧିକାରୀଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିବା ସହ ସମବେଦନା ଜଣାଇଛନ୍ତି ।

ଲୋକସଭାରେ ଏକ ବିବୃତ୍ତି ପ୍ରଦାନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ, ସାମରିକ ହେଲିକପ୍ଟର ଦୁର୍ଘଟଣାର ତ୍ରିସ୍ତରୀୟ ଯାଞ୍ଚ ପାଇଁ ଭାରତୀୟ ବାୟୁସେନା ନିର୍ଦ୍ଦେଶ ଦେଇଛି । ଏହି ଅନୁସନ୍ଧାନକୁ ଏୟାର ମାର୍ଶଲ ମନବେନ୍ଦ୍ର ସିଂ ପରିଚାଳନା କରିବେ । ଗତକାଲି ଅନୁସନ୍ଧାନକାରୀ ଦଳ ୱେଲିଙ୍ଗଟନରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ । ଏହି ଦୁର୍ଘଟଣାରେ ଲୋକସଭା ବାଚସ୍ପତି ଓମ ବିର୍ଲା ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି- ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅଧିକାରୀଙ୍କ ପରିବାର ପ୍ରତି ମୁଁ ସମବେଦନା ଜଣାଉଛି ।

Leave A Reply

Your email address will not be published.