କର୍ଣ୍ଣାଟକରେ ସଡକ ଦୁର୍ଘଟଣା : ୮ ମୃତ, ୨୮ ଆହତ

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ୨୮ ଜଣ ଆହତ ହୋଇଛନ୍ତି । କର୍ଣ୍ଣାଟକର ହୁବଲି ସହରରେ ଗତକାଲି ପୁନେ-ବେଙ୍ଗାଲୁରୁ ରାଜପଥରେ ଗୋଟିଏ ବସ୍‌ ଏବଂ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆହତମାନଙ୍କୁ ହୁବଲି କିମ୍ସି ହସପିଟାଲ୍‌ରେ ଚିକିତ୍ସା କରାଯାଉଛି । ପୁଲିସ ସୂଚନା ଅନୁଯାୟୀ ଯାତ୍ରୀବାହି ବସ୍‌ଟି କୋହ୍ଲାପୁରରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିବା ବେଳେ ଟ୍ରକ୍‌ ସହ ଧକ୍କା ହୋଇଥିଲା । ଉଭୟ ବସ୍‌ ଏବଂ ଟ୍ରକ୍‌ର ଡ୍ରାଇଭରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

Leave A Reply

Your email address will not be published.