ଭାରସାମ୍ୟ ହରାଇ ବରଯାତ୍ରୀ ବସ୍ ଦୁର୍ଘଟଣା ଗ୍ରସ୍ତ, ୭ ମୃତ ୪୫ରୁ ଅଧିକ ଆହତ

ଚିତ୍ତୁର : ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାରେ ଗତକାଲି ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍‌ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ମୃତକଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଅନୁମାନ କରାଯାଉଛି ।

ତିରୁପତି ଏସ୍‌ପିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ତିରୁପତି ଠାରୁ ୨୫ କି.ମି ଦୂର ବକରାପେଟା ନିକଟରେ ଶନିବାର ରାତିରେ ଭାରସାମ୍ୟ ହରାଇ ଏକ ବରଯାତ୍ରୀ ବସ୍ ୫୦ ଫୁଟ୍ ଘାଟୀ ତଳକୁ ଖସି ପଡ଼ିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୫ ଜଣ ଆହତ ହୋଇଛନ୍ତି । ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଏହି ବରଯାତ୍ରୀ ବସ୍‌ଟି ଅନନ୍ତପୁର ଜିଲ୍ଲାର ଧର୍ମାବରମରୁ ଚିତ୍ତୁର ନଗରୀ ଯାଉଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି ।

Leave A Reply

Your email address will not be published.