ଜମ୍ମୁ ଓ କଶ୍ମୀରର ଶ୍ରୀନଗରରେ ଅନ୍ତର୍ଜାତୀୟ ଯୋଗ ଦିବସ, ୨୦୨୪ ଅବସରରେ ଡାଲ ହ୍ରଦଠାରେ ଯୋଗ ଅଭ୍ୟାସକାରୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ

  • ‘ଜମ୍ମୁ-କଶ୍ମୀରବାସୀ ଯୋଗ ପ୍ରତି ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ଦେଖାଇଛନ୍ତି, ତାହା ଜୀବନ୍ତ ହୋଇ ରହିବ’
  • ‘ଯୋଗ ସ୍ୱାଭାବିକ ଭାବରେ ଜୀବନର ଏକ ସହଜ ଅଂଶ ହେବା ଉଚିତ’
  • ‘ଧ୍ୟାନ ଆତ୍ମ-ଉନ୍ନତି ପାଇଁ ଏକ ଉତ୍ତମ ଉପକରଣ’
  • ‘ଯୋଗ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରଯୁଜ୍ୟ ଓ ଶକ୍ତିଶାଳୀ’

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶ୍ରୀନଗର ଡାଲ ହ୍ରଦଠାରେ ସ୍ଥାନୀୟ ନାଗରିକମାନଙ୍କୁ ସମ୍ବୋଧିତ କରିଛନ୍ତି । ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗ ପ୍ରତି ଜମ୍ମୁ ଓ କଶ୍ମୀରର ଲୋକମାନେ ଯେଉଁ ଉତ୍ସାହ ଓ ପ୍ରତିବଦ୍ଧତା ଦେଖାଇଛନ୍ତି ତାହାର ଆଜିର ଦୃଶ୍ୟ ଲୋକଙ୍କ ମନରେ ଅମର ହୋଇ ରହିବ । ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମ ବିଳମ୍ବିତ ହୋଇ ୨-୩ ଭାଗରେ ବିଭକ୍ତ ହେବାକୁ ପଡ଼ିଥିଲେ ମଧ୍ୟ ବର୍ଷା ପାଣିପାଗ ଯୋଗୁଁ ତାପମାତ୍ରା ହ୍ରାସ ପାଇବା ଲୋକଙ୍କ ଉତ୍ସାହକୁ ହ୍ରାସ କରିବାରେ ବିଫଳ ହୋଇଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ । ନିଜ ଓ ସମାଜ ପାଇଁ ଜୀବନର ପ୍ରବୃତ୍ତିରେ ପରିଣତ ହେବାରେ ଯୋଗର ମହତ୍ତ୍ୱ ଉପରେ ଆଲୋକପାତ କରି ଶ୍ରୀ ମୋଦୀ କହିଥିଲେ ଯେ ଯୋଗ ଦୈନନ୍ଦିନ ଜୀବନ ସହ ଜଡ଼ିତ ହୋଇ ସରଳ ରୂପ ନେଲେ ଏହାର ସୁଫଳ ମିଳିପାରିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୋଗର ଏକ ଅଂଶ ଧ୍ୟାନ, ଏହାର ଆଧ୍ୟାତ୍ମିକ ଦୃଷ୍ଟିକୋଣ ଯୋଗୁଁ ସାଧାରଣ ଲୋକଙ୍କ ପାଇଁ କଷ୍ଟକର ହୋଇପାରେ, ତଥାପି ଏହାକୁ ଏକାଗ୍ରତା ଏବଂ ବିଷୟ ଉପରେ ଧ୍ୟାନ ଦେଇ ସହଜରେ ବୁଝାଯାଇପାରିବ । ଅଭ୍ୟାସ ଏବଂ କୌଶଳ ଦ୍ୱାରା ଏହି ଏକାଗ୍ରତା ଏବଂ ଧ୍ୟାନ କରାଯାଇପାରିବ ବୋଲି ସେ କହିଛନ୍ତି । ମନର ଏହି ଅବସ୍ଥା ଥକାପଣ କମାଇବା ସହିତ ଉତ୍ତମ ଫଳାଫଳ ଦେଇଥାଏ ଏବଂ ବିଭ୍ରାନ୍ତିକୁ ଏଡାଇବାରେ ସାହାଯ୍ୟ କରେ । ଶେଷରେ ଆସିଥିବାକୁ ଆଧ୍ୟାତ୍ମିକ ଯାତ୍ରା ବ୍ୟତୀତ ଧ୍ୟାନ ହେଉଛି ଆତ୍ମଉନ୍ନତି ଏବଂ ପ୍ରଶିକ୍ଷଣର ଏକ ଉପକରଣ ବୋଲି ସେ କହିଥିଲେ । “ଯୋଗ ସମାଜ ପାଇଁ ଗୁରୁତ୍ୱପୂର୍ଣ୍ଣ, ପ୍ରଯୁଜ୍ୟ ଏବଂ ଶକ୍ତିଶାଳୀ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । ଯୋଗ ଦ୍ୱାରା ସମାଜ ଉପକୃତ ହେଲେ ସମଗ୍ର ମାନବଜାତି ଉପକୃତ ହୋଇଥାଏ ବୋଲି ସେ କହିଥିଲେ । ଇଜିପ୍ଟରେ ଆୟୋଜିତ ଏକ ପ୍ରତିଯୋଗିତାର ଭିଡିଓ ଦେଖିବା ଘଟଣାକୁ ସେ ମନେ ପକାଇ କହିଥିଲେ, ଦେଶର ଐତିହାସିକ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକରେ ଯୋଗର ଫଟୋ ଉଠାଇବା କିମ୍ବା ଭିଡିଓ ତିଆରି କରିବା ଭଲ କଥା । ଏଥିରେ ଅଂଶଗ୍ରହଣ କରୁଥିବା ଲୋକଙ୍କ ପ୍ରୟାସକୁ ସେ ପ୍ରଶଂସା କରିଥିଲେ । ସେହିଭଳି ଯୋଗ ଓ ପର୍ଯ୍ୟଟନ ଜମ୍ମୁ-କଶ୍ମୀରରେ ରୋଜଗାରର ଏକ ପ୍ରମୁଖ ଉତ୍ସ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣ ଶେଷରେ ପ୍ରତିକୂଳ ପାଣିପାଗର ମୁକାବିଲା କରି ଶ୍ରୀନଗରରେ ଆନ୍ତର୍ଜାତିକ ଯୋଗ ଦିବସ, ୨୦୨୪ କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇବା ପାଇଁ ଆସଥିବା ଜାମ୍ମୁକାଶ୍ମୀର ବାସୀଙ୍କ ପ୍ରତିବଦ୍ଧତାକୁ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.