ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୨ ମୃତ

ଖନ୍ତାପଡ଼ା : ଖନ୍ତାପଡ଼ା ଥାନା ଦାଣ୍ଡକାଳୀ ମନ୍ଦିର ଆଗରେ ଆଜି ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ସୂଚନା ଅନୁସାରେ କଟକରୁ ରୋଗୀଧରି ଏକ ଆମ୍ବୁଲାନ୍ସ(ଡବ୍ଲୁ ବି -୨୯ଏ-୮୮୬୭) କଲିକତା ଫେରୁଥିବା ସମୟରେ ରାସ୍ତାରେ ଡ୍ରାଇଭରର ଆଖି ଲାଗିଯିବାରୁ ବାଲେଶ୍ୱରରୁ ସୋର୍‌ ଯାଉଥିବା ଏକ ଲରି ଟ୍ରକ୍‌(ଏନ୍‌ଏଲ୍‌ ୦୨କେ ୫୪୩୭)କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଆମ୍ବୁଲାନ୍ସ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲ୍‌ପରକୁ ଚିକିତ୍ସା ପାଇଁ ନିଆଯାଉଥିବା ବେଳେ ବାଟରେ ହେଲପରଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଅନ୍ୟପଟେ ଟ୍ରକ୍‌ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି । ଖବର ପାଇ ଖନ୍ତାପଡ଼ା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.