om academy

କାର ଏବଂ ଟ୍ରଲି ମୁହାଁମୁହିଁ ଧକ୍କା : ୫ ମୃତ

jsm

ଜୟପୁର : ରାଜସ୍ଥାନର ହନୁମାଗଡରେ କାର ଏବଂ ଟ୍ରଲି ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଥିବା ଜଣାପଡିଛି । ଯାତ୍ରୀମାନଙ୍କ ସୂଚନା ଉପରେ ପାଲୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଏହା ପରେ ପୋଲିସ ଆହତମାନଙ୍କୁ ପାଲୁ ଡାକ୍ତରଖାନାକୁ ନେଇଥିଲା । ସେଠାରେ ଦୁଇ ଆହତଙ୍କ ମଧ୍ୟ ମୃତ୍ୟୁ ଘଟିଥିଲା । ଦୁର୍ଘଟଣାର ସମସ୍ତ ପୀଡିତ ବ୍ୟକ୍ତି କାରରେ ପାଲୁରୁ ନିଜ ଗାଁକୁ ଫେରୁଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି ।

Leave A Reply

Your email address will not be published.