ଦକ୍ଷିଣ ଆଫ୍ରିକାରେ ଏକା ଥରକୁ ୧୦ ସନ୍ତାନ ଜନ୍ମ ଦେଲେ ଜଣେ ମହିଳା, ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡ

ଡର୍ବାନ୍ : ଦକ୍ଷିଣ ଆଫ୍ରିକାର ଜଣେ ମହିଳା ଏକା ଥରକୁ ୧୦ଟି ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଯଦି ଡାକ୍ତରମାନେ ଏହି ପିଲାମାନଙ୍କର ଜନ୍ମକୁ ନିଶ୍ଚିତ କରନ୍ତି, ତେବେ ଏହା ନିହାତି ଏକ ବିଶ୍ୱ ରେକର୍ଡ ହେବ । ଠିକ୍ ଗୋଟିଏ ମାସ ପୂର୍ବରୁ, ମାଲିର ଜଣେ ମହିଳା ମୋରୋକୋରେ ନଅଟି ଶିଶୁ ଜନ୍ମ ଦେଇଥିଲେ । କୁହାଯାଉଛି ଯେ, ଦକ୍ଷିଣ ଆଫ୍ରିକାର ମହିଳା ଗୋସେଅମେ ଥମାରା ସିତୋଲେ(୩୭) ୧୦ଟି ସନ୍ତାନ ଜନ୍ମ ଦେଇଛନ୍ତି । ସେଥିମଧ୍ୟରୁ ୭ ଜଣ ପୁଅ ଏବଂ ତିନି ଜଣ ଝିଅ ।

ସିତୋଲେଙ୍କ ସ୍ୱାମୀ ଟେବୋଗୋ ସ୍ତୋତେସ୍ତି କହିଛନ୍ତି ଯେ, ଏହି ପିଲାମାନେ ଜୁନ୍ ୭ରେ ପ୍ରିଟୋରିଆର ଏକ ଡାକ୍ତରଖାନାରେ କେଜରିୟାନ୍ ପ୍ରଣାଳୀରେ ଜନ୍ମ ହୋଇଥିଲେ । ଡାକ୍ତରମାନେ ପ୍ରଥମେ ଟେବୋଗୋଙ୍କୁ କହିଥିଲେ ଯେ ତାଙ୍କ ପତ୍ନୀ ୬ଟି ସନ୍ତାନ ଗର୍ଭରେ ଧାରଣ କରିଛନ୍ତି । କିନ୍ତୁ ପରେ ଜଣାପଡିଥିଲା ଯେ, ସେଠାରେ ୮ ଜଣ ପିଲା ଅଛନ୍ତି । ଅବଶ୍ୟ ଯେତେବେଳେ ପିଲାମାନେ ଜନ୍ମ ହେଲେ, ସେମାନଙ୍କ ସଂଖ୍ୟା ୧୦ ହୋଇଗଲା । ଏହି ଆଫ୍ରିକୀୟ ଦମ୍ପତିଙ୍କର ୬ ବର୍ଷର ୨ ଜଣ ଯାଆଁଳା ଶିଶୁ ଅଛନ୍ତି ।

Leave A Reply

Your email address will not be published.