ଭାରତୀୟ ଅଲିମ୍ପିକ ଆସୋସିଏସନ୍‌ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା

ନୂଆଦିଲ୍ଲୀ : ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ନିଜେ ଟ୍ୱିଟ୍‌ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ ଖେଳାଳିଙ୍କ ମଧ୍ୟରେ ଉଷା ଥିଲେ । ଭାରତୀୟ ଅଲିମ୍ପିକ ଆସୋସିଏସନ କାର୍ଯ୍ୟନିର୍ବାହୀ କମିଟି ନିର୍ବାଚନ ଡିସେମ୍ବର ୧୦, ୨୦୨୨ରେ ଅନୁଷ୍ଠିତ ହେବ । ଉଷା ଟ୍ୱିଟ୍‌ କରି କହିଛନ୍ତି, ମୋର ସାଥୀ ଆଥଲେଟ୍ସ ଏବଂ ନ୍ୟାସନାଲ ଫେଡେରେସନ୍ସର ଉଷ୍ମ ସମର୍ଥନ ସହିତ ମୁଁ ଭାରତୀୟ ଅଲିମ୍ପିକ ଆସୋସିଏସନ (ଆଇଓଏ)ର ସଭାପତି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରି ଗୌରବାନ୍ୱିତ ମନେ କରୁଛି । ସୂଚନା ଯୋଗ୍ୟ ଯେ, ୧୯୮୪ ମସିହାରେ ଲସ ଏଞ୍ଜେଲେସ୍‌ରେ ହୋଇଥିବା ଅଲିମ୍ପିକ୍ସରେ ଚତୁର୍ଥ ସ୍ଥାନ ହାସଲ କରିଥିଲେ ପି.ଟି ଉଷା । ଆଜି ସେ ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।

Leave A Reply

Your email address will not be published.