ଲଗାତାର ଦ୍ୱିତୀୟ ଦିନ ପାଇଁ ଏକ ଲକ୍ଷରୁ କମ୍ କରୋନା ରୋଗୀ ଚିହ୍ନଟ, ଗତ ୨୪ ଘଣ୍ଟା ମଧ୍ୟରେ ୯୨,୫୯୬ ନୂତନ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ଦ୍ୱିତୀୟ ତରଙ୍ଗର ଗତି ବର୍ତ୍ତମାନ ଥମି ଆସୁଥିବା ଜଣାପଡିଛି । ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଦେଶରେ ନୂତନ କରୋନା ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ କମ୍ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯୨,୫୯୬ ନୂତନ କରୋନା ରୋଗୀ ଦେଖିବାକୁ ମିଳିଛି ଏବଂ ସଂକ୍ରମଣ ହେତୁ ୨,୨୧୯ ଜଣ ପ୍ରାଣ ହରାଇଛନ୍ତି । ଖୁସିର କଥା ହେଉଛି, ଏହି ସମୟ ମଧ୍ୟରେ ୧ ଲକ୍ଷ ୬୨ ହଜାର ୬୬୪ ରୋଗୀ ଆରୋଗ୍ୟ ହୋଇଛନ୍ତି । ବିହାର, ଉତ୍ତରପ୍ରଦେଶ ସମେତ ଅନେକ ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇ ଦିଆଯାଉଛି ।

Leave A Reply

Your email address will not be published.