
ନୂଆଦିଲ୍ଲୀ : ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୧ ଜାନୁୟାରୀର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୩,୪୭,୨୫୪ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ ମଧ୍ୟରେ କରୋନା କାରଣରୁ ୭୦୫ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୧,୭୭୭ ଲୋକ ସୁସ୍ଥ ହୋଇଛନ୍ତି । ଗତକାଲି ଅପେକ୍ଷା ଆଜି ଦେଶରେ ୨୯,୭୨୨ ଅଧିକ ମାମଲା ସାମ୍ନାକୁ ଆସିଛି ।