jayashree

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୭,୨୯୯ ନୂଆ ମାମଲା, ୪,୧୯୪ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ ମାମଲାରେ ହ୍ରାସ ଘଟିଛି, କିନ୍ତୁ ସଂକ୍ରମଣ ହେତୁ ଦୈନିକ ମୃତ୍ୟୁ ସଂଖ୍ୟା ଚାରି ହଜାରରୁ ଅଧିକ ରହିଆସିଛି, ଯାହା ଚିନ୍ତା ବଢ଼ାଉଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶନିବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ (ଶୁକ୍ରବାର ସକାଳ ୮ଟାରୁ ଶନିବାର ସକାଳ ୮ଟା) ୨ ଲକ୍ଷ ୫୭ ହଜାର ୨୯୯ ନୂତନ ସଂକ୍ରମଣ ହୋଇଥିବା ବେଳେ ଏହି ସମୟରେ କରୋନା ଯୋଗୁଁ ୪୧୯୪ ଜଣଙ୍କର ମୃତ୍ୟୁ ଘଟିଛି । ଅବଶ୍ୟ ଏହା ଏକ ଆଶ୍‌ଶ୍ୱସ୍‌ସ୍ତିଦାୟକ ବିଷୟ ଯେ ଏହି ସମୟ ମଧ୍ୟରେ ଏହି ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ୩ ଲକ୍ଷ ୫୭ ହଜାର ୬୩୦ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ବର୍ତ୍ତମାନ କରୋନାର ମୋଟ ସକ୍ରିୟ ରୋଗୀମାନେ ୨୯ ଲକ୍ଷ ୨୩ ହଜାର ୪୦୦ ।

Leave A Reply

Your email address will not be published.