oum

ଗତ ୨୪ ଘଂଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ସାଢେ଼ ୩ ଲକ୍ଷ, ମୃତ୍ୟୁ ସଂଖ୍ୟା ୨୭୬୭

jsm

ନୂଆଦିଲ୍ଲୀ : ଗତ ୨୪ ଘଂଟାରେ ଦେଶରେ ପାଖାପାଖି ସାଢେ଼ ୩ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ଦେଶରେ ଭୟଙ୍କର ରୂପ ନେବାରେ ଲାଗିଛି ମହାମାରୀ କରୋନା । ନଛୋଡ଼ବନ୍ଧା କରୋନାର ଭୟାବହ ଦ୍ୱିତୀୟ ଲହରୀ ମାନବ ସମାଜର ନିଦ ହଜାଇ ଦେଇଥିବା ବେଳେ ଆଜି ୩,୪୯,୬୯୧ ଜଣ ପୁଣି ଆକ୍ରାନ୍ତ ହୋଇଥିବା ଖବରରେ କୁହାଯାଇଛି । ସେହିଭଳି ଗତ ୨୪ ଘଂଟାରେ ୨୭୬୭ ଜଣଙ୍କ କରୋନା ସଂକ୍ରମଣରେ ମୃତ୍ୟୁ ଘଟିଥିବା ସୂଚନାରେ କୁହାଯାଇଛି । ଏଭଳି ସ୍ଥିତିରେ ସଂକ୍ରମଣ ସଂଖ୍ୟା ବଢ଼ିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଦେଶରେ କରୋନା ସ୍ଥିତି ଅସମ୍ଭାଳ ହେବାକୁ ବସିଲାଣି ।

Leave A Reply

Your email address will not be published.