କରୋନା ଭୂତାଣୁର ନୂତନ ଷ୍ଟ୍ରେନ୍ ବ୍ୟାପିବାରେ ଲାଗିଛି : ଭାରତରେ ରୋଗୀଙ୍କ ସଂଖ୍ୟା ୭୩ରେ ପହଂଚିଲା

ନୂଆଦିଲ୍ଲୀ : ଭାରତରେ କରୋନା ଭୂତାଣୁର ନୂଆ ଷ୍ଟ୍ରେନ୍ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ବୁଧବାର କେନ୍ଦ୍ର ସରକାର କହିଛନ୍ତି ଯେ, ବ୍ରିଟେନରେ ମିଳୁଥିବା ନୂତନ ପ୍ରକାରର କରୋନା ଭୂତାଣୁ ସଂକ୍ରମିତ ସଂଖ୍ୟା ଭାରତରେ ୭୩ରେ ପହଞ୍ଚିଛି । ପଜିଟିଭ୍‌ ରୋଗୀଙ୍କୁ ସ୍ୱାସ୍ଥ୍ୟସେବାରେ କ୍ୱାରେନ୍‌ଟାଇନ୍‌ରେ ରଖାଯାଇଛି । ଏହିପରି ମୋଟ ମାମଲା ମଧ୍ୟରୁ ୮ଟି ଦିଲ୍ଲୀର ଏନସିଡିସି, ୨୦ ଟି ସିଏସଆର ଇନଷ୍ଟିଚ୍ୟୁଟ ଅଫ ଜେନୋମିକ୍ସ ଆଣ୍ଡ ଇଣ୍ଟିଗ୍ରେଟିଭ ବାୟୋଲୋଜି (ଆଇଜିବି) ଏବଂ ବାଙ୍ଗାଲୋରର ୧୧ ଟି ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ମେଂଟାଲ୍‌ ହେଲ୍‌ଥ ଏ‌ଣ୍ଡ୍‌ ନ୍ୟୁରୋରେ ଚିହ୍ନଟ ହୋଇଛି ।

ହାଇଦ୍ରାବାଦରେ ସେଲୁଲାର୍ ଏବଂ ମଲିକୁଲାର ବାୟୋଲୋଜିରେ ଏହିପରି ତିନୋଟି ମାମଲା ଚିହ୍ନଟ ହୋଇଥିବା ବେଳେ ଗୋଟିଏ ମାମଲା ପଶ୍ଚିମବଙ୍ଗର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋମେଟିକାଲ୍ ଜେନୋମିକ୍ସ ଏବଂ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ପୁଣେରେ ୩୦ଟି ମାମଲା ଦେଖିବାକୁ ମିଳିଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଏହି ସମସ୍ତ ବ୍ୟକ୍ତିଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ର‌ସ୍ତୁତ ସ୍ୱାସ୍ଥ୍ୟସେବା ସୁବିଧାଗୁଡ଼ିକରେ ଏକକ କୋଠରୀରେ ରଖାଯାଇଛି । ଯେଉଁମାନେ ପଜିଟିଭ୍‌ ଲୋକଙ୍କ ସହିତ ଯୋଗାଯୋଗ କରିଛନ୍ତି, ସେମାନଙ୍କୁ ମଧ୍ୟ ଆଇସୋଲେଟେଡ଼୍‌ କରାଯାଇଛି ।

Leave A Reply

Your email address will not be published.