- ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ମୁଖ୍ୟ ଉଦାହରଣ
- “ସୁଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶିକା”
- “ସ୍ମାର୍ଟ ପ୍ରଯୁକ୍ତି ବଳରେ ଆଇନ ଓ ଶୃଙ୍ଖଳା ପଦ୍ଧତିରେ ଉନ୍ନତି ଆସିବ”
- “ଆଇନଶୃଙ୍ଖଳା ରକ୍ଷା ଏକ ୨୪ ଘଣ୍ଟିଆ କାର୍ଯ୍ୟ”
- “ୟୁଏପିଏ ଭଳି ଆଇନ ଆତଙ୍କବାଦ ବିରୁଦ୍ଧରେ ଶାସକକଳକୁ ଶକ୍ତି ଦେଇଥାଏ”
- “ ‘ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ଆଇନ ପୁଲିସକୁ ଏକ ସାଧାରଣ ପରିଚୟ ଦେଇଥାଏ”
- “ମିଥ୍ୟା ଖବର ପ୍ରସାରଣ ରୋକିବାକୁ ଆମକୁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବାକୁ ହେବ”
- “ପ୍ରତ୍ୟେକ ଧରଣର ନକ୍ସଲବାଦ, ସେ ବନ୍ଧକରୁ ଆସୁ ବା କଲମ ମୂନରୁ, ସେଗୁଡ଼ିକର ମୂଳୋତ୍ପାଟନ କରିବାକୁ ହେବ”
- “ଦକ୍ଷତା ଯୋଗୁ ପୁଲିସ ଯାନବାହନ କେବେ ପୁରୁଣା ହେବା ଅନୁଚିତ”
ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ଆଭାସୀ ମାଧ୍ୟମରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ‘ଚିନ୍ତନ ଶିବିର’କୁ ସେମ୍ବାଧିତ କରିଛନ୍ତି । ସମାବେଶକୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ପୂଜା ଋତୁରେ ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା କର୍ମଚାରୀଙ୍କ ଉତ୍ତମ ପ୍ରସ୍ତୁତି ପାଇଁ ଧନ୍ୟବାଦ ଜଣାଇଥିଲେ । ଚିନ୍ତନ ଶିବିର ସହଯୋଗ ସଂଘୀୟତନ୍ତ୍ରର ଏକ ଦୃଷ୍ଟାନ୍ତ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ସମ୍ବିଧାନ ଅନୁସାରେ ଆଇନ ଓ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ରାଜ୍ୟ ସରକାରଙ୍କ ଅଧୀନ ହେଲେ ମଧ୍ୟ ସେଗୁଡ଼ିକର ଦେଶର ଏକତା ଓ ସଂହତି ସହିତ ପ୍ରତ୍ୟକ୍ଷ ସମ୍ପର୍କ ରହିଛି ।
“ପ୍ରତ୍ୟେକ ରାଜ୍ୟ ଜଣେ ଆଉ ଜଣଙ୍କ ଠାରୁ ଶିଖିବା ଦରକାର । ପ୍ରେରଣା ନେବା ଦରକାର । ଦେଶର ଉନ୍ନତି ପାଇଁ କାମ କରିବା ଦରକାର ଓ ତାହା ହିଁ ସାମ୍ବିଧାନିକ ପ୍ରେରଣା ଓ ଏହା ଆମ ଦେଶବାସୀଙ୍କ ପ୍ରତି ଆମର ଦାୟିତ୍ୱ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଚାଲିଥିବା ଅମୃତ କାଳ ଉପରେ ଆଲୋକପାତ କରି କହିଥିଲେ ଯେ ଗୋଟିଏ ଅମ୍ରିତ ପିଢ଼ି ପଞ୍ଚପ୍ରାଣର ସାରାସତ୍ୱ ନେଇ ନିଶ୍ଚୟ ବାହାରିବ । “ଉତ୍ତମ ପ୍ରଶାସନ ନିମନ୍ତେ ପଞ୍ଚପ୍ରାଣ ଏକ ମାର୍ଗଦର୍ଶନ ନିଶ୍ଚିତ ଭାବେ ହେବ” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଦେଶର ଶକ୍ତି ବୃଦ୍ଧି ପାଏ, ତା’ହେଲେ ଯାଇ ପ୍ରତ୍ୟେକ ନାଗରିକ ଓ ପରିବାର ପ୍ରୋତ୍ସାହିତ ହୋଇଥାଏ । ସେ କହିଥିଲେ ଯେ, ସୁଶାସନ କାଳରେ ପ୍ରତ୍ୟେକ ରାଜ୍ୟର ଧାଡ଼ିରେ ଠିଆ ହୋଇଥିବା ଶେଷ ମଣିଷ ନିକଟରେ ଏହା ସୁଫଳ ପହଂଚିଥାଏ । ପ୍ରଧାନମନ୍ତ୍ରୀ ରାଜ୍ୟର ଆଇନଶୃଙ୍ଖଳା ଓ ବିକାଶ ମଧ୍ୟରେ ଥିବା ସଂଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ । “ସମଗ୍ର ଆଇନ ଓ ଶଙ୍ଖଳା ପଦ୍ଧତି ନିର୍ଭରଯୋଗ୍ୟ ହେବା ଗୁରୁତ୍ୱପୂର୍ଣ୍ଣ । ଜନସାଧାରଣଙ୍କ ଏହା ଉପରେ ଆସ୍ଥା ଓ ଧାରଣା ମଧ୍ୟ ଖୁବ ଗୁରୁତ୍ୱପୂର୍ଣ୍ଣ” ବୋଲି ସେ କହିଥିଲେ। ସେ ପ୍ରାକୃତିକ ବିପର୍ଯ୍ୟୟ କାଳରେ ଏନଡିଆରଏଫ ଓ ଏସଡିଆରଏପ୍ ପରିଚୟ ବୃଦ୍ଧି ପ୍ରସଙ୍ଗ ଉତଥାପନ କରିଥିଲେ । ସେହିପରି ଅପରାଧ ଘଟିଥିବା ସ୍ଥାନରେ ପୁଲିସ ପହଂଚିବା ହେଉଛି ଘଟଣାସ୍ଥଳକୁ ସରକାରଙ୍କୁ ଆଗମନ ଓ ପୁଲିସର ସୁନାମ କରୋନା କାଳରେ ମଧ୍ୟ ବୃଦ୍ଧି ପାଇଥିଲା ବୋଲି ସେ କହିଥିଲେ । ପୁଲିସ ସହ ଅଙ୍ଗୀକାରବଦ୍ଧତାର କୌଣସି କମ ନାହିଁ ଓ ପୁଲିସ ବ୍ୟବସ୍ଥାକୁ ଆହୁରି ଶକ୍ତିଶାଳୀ କରିବାକୁ ପଡ଼ିବ । ସେମାନଙ୍କୁ ମାର୍ଗଦର୍ଶନ ଦେବା ଆମର ବର୍ତ୍ତମାନର ପଦକ୍ଷେପ ହେବା ଉଚିତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅପରାଧ ଆଉ ଏକ ନିର୍ଦ୍ଦିଷ୍ଟ ଅଂଚଳ ମଧ୍ୟରେ ସୀମାବଦ୍ଧ ହୋଇ ରହିନାହିଁ । ଆନ୍ତଃରାଜ୍ୟ ଓ ଅନ୍ତର୍ଜାତୀୟ ଅପରାଧ ମଧ୍ୟ ବୃଦ୍ଧି ପାଉଛି । ସେଥିପାଇଁ ପରସ୍ପର ସହଯୋଗ, ରାଜ୍ୟ ଓ କେନ୍ଦ୍ର ସଂସ୍ଥା ମଧ୍ୟରେ ସମନ୍ୱୟ ଆଜି ଖୁବ୍ ଗୁରୁତ୍ୱପୂର୍ଣ୍ଣ ହୋଇ ଉଠିଛି । ସେ କହିଥିଲେ ଯେ ଏହା ସାଇବର ଅପରାଧ ହେଉ ବା ଅସ୍ତ୍ରଶସ୍ତ୍ର ଓ ମାଦକ ଦ୍ରବ୍ୟ ଚୋରାଚାଲାଣ ପାଇଁ ଡ୍ରୋନର ଉପଯୋଗ, ଏଭଳି ଆତଙ୍କର ମୁକାବିଲା କରିବା ନିମନ୍ତେ ସରକାରଙ୍କୁ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଦିଗରେ କାର୍ଯ୍ୟ କରିବାକୁ ପଡ଼ିବ । ଆଇନଶୃଙ୍ଖଳା କ୍ଷେତ୍ରରେ ପ୍ରଧାନମନ୍ତ୍ରୀ କହିଥିଲେ । ୫-ଜିର ସୁବିଧା ଯୋଗୁ ଆଗୁଆ ସତର୍କତା ମିଳିପାରିବ, ଆର୍ଥିକ ସ୍ଥିତି ସତେତ୍ୱ ସାଧାରଣ ନାଗରିକଙ୍କ ମନରେ ସୁରକ୍ଷାର ଚିନ୍ତା ମଜବୁତ କରିବା ପାଇଁ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗକୁ ଅଗ୍ରାଧିକାର ଦେବା ଉପରେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଗୃହ ମନ୍ତ୍ରୀମାନଙ୍କୁ ଅନୁରୋଧ କରିଥିଲେ । ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ପ୍ରଯୁକ୍ତି ମିଶନ ପ୍ରସଙ୍ଗ ଉତଥାପନ କରି ବିଭିନ୍ନ ରାଜ୍ୟର ପ୍ରଯୁକ୍ତି କ୍ଷେତ୍ରରେ ଏକ ମିଳିତ ମଞ୍ଚରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ, “ଆମକୁ ସମଗ୍ର ଭାରତୀୟ ଭାବନା ଦେଇ କାର୍ଯ୍ୟ କରିବା ଉଚିତ । ଆମର ସବୁଠାରୁ ଶ୍ରେଷ୍ଠ କାର୍ଯ୍ୟ ଶ୍ରେଣୀରେ ଏକ ସଂଯୋଗ ରଖିବା ଦରକାର” ବୋଲି ସେ କହିଥିଲେ । ସେ ରାଜ୍ୟ ସଂସ୍ଥାଗୁଡ଼ିକୁ ଅପରାଧ ବିଜ୍ଞାନ ସାମର୍ଥ୍ୟ ବୃଦ୍ଧି କରିବା ସହ ଗାନ୍ଧୀ ନଗରସ୍ଥିତ ଜାତୀୟ ଅପରାଧ ବିଜ୍ଞାନ ବିଶ୍ୱବିଦ୍ୟାଳୟର ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ପରାମର୍ଶ ଦେଇଥିଲେ ।
ସଂସ୍କାର ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ କିଛି ବର୍ଷ ମଧ୍ୟରେ ଆଇନ ଶୃଙ୍ଖଳା ପଦ୍ଧତିକୁ ଶକ୍ତିଶାଳୀ କରିବା ପାଇଁ ଅନେକ ସଂସ୍କାର ଅଣାଯାଇଛି ଓ ଏହା ଦେଶରେ ଶାନ୍ତିପୂର୍ଣ୍ଣ ବାତାବରଣ ବଜାୟ ରଖିବା ଦିଗରେ ସାହାହ୍ୟ କରୁଛି । ସେ କହିଥିଲେ ଯେ “ଆଇନଶୃଙ୍ଖଳା ରକ୍ଷା ଏକ ୨୪ ଗୁଣନ ୭ କାର୍ଯ୍ୟ” । ଏଥିରେ ଜଡ଼ିତ ପ୍ରକ୍ରିୟାରେ ନିରନ୍ତତା ଓ ଉନ୍ନତିର ଆବଶ୍ୟକତା ରହିଛି । କମ୍ପାନୀ ଆଇନରେ ଅନେକ ଅପରାଧୀକରଣ ବିଷୟ ବାଦ ଦେବା ଏ ଦିଗରେ ଏକ ପଦକ୍ଷେପ । ସେ ରାଜ୍ୟଗୁଡ଼ିକୁ ମୂଲ୍ୟାୟନ କରି ଅନେକ ଅବ୍ୟବହୃତ ଆଇନ ଓ ନିୟମଗୁଡ଼ିକରୁ ମୁକ୍ତ ହେବାକୁ ନିବେଦନ କରିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ଆଇନ ଦୁର୍ନୀତି, ଆତଙ୍କବାଦ ଓ ହାଓଲା ଇତ୍ୟାଦିର ମୁକାବିଲା ନେଇ ଖୁବ୍ ସ୍ପଷ୍ଟ । “ଆତଙ୍କବାଦ ବିରୁଦ୍ଧରେ ଏକ ନିର୍ଣ୍ଣାୟକ ସଂଗ୍ରାମ ପାଇଁ ୟୁଏପିଏ ସରକାରୀ ବ୍ୟବସ୍ଥାକୁ ଶକ୍ତି ଦେଇଛି” ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ଉପସ୍ଥିତି ବ୍ୟକ୍ତି ବିଶେଷଙ୍କୁ ସମଗ୍ର ଦେଶ ପାଇଁ ଗୋଟିଏ ପ୍ରକାର ପୁଲିସ ପୋଷାକ ପ୍ରବର୍ତ୍ତନ ନିମନ୍ତେ କହିଥିଲେ । ଏହା କେବଳ ଗୁଣାତ୍ମକ ସାମଗ୍ରୀ ମାନ ବଜାୟ ରଖିବ ନାହିଁ, ବରଂ ସେମାନଙ୍କୁ ଏକକ ପରିଚୟ ପ୍ରଦାନ କରିବ । ଦେଶର ନାଗରିକମାନେ ଯେକୌଣସି ରାଜ୍ୟ ନିର୍ବିଶେଷରେେ ସେମାନଙ୍କୁ ପୁଲିସର ବୋଲି ଜାଣିବେ । ରାଜ୍ୟଗୁଡ଼ିକ ସେମାନଙ୍କ ନମ୍ବର ଓ ପରଚିପତ୍ର ଚିହ୍ନ ରଖିପାରିବେ । “ ‘ଗୋଟିଏ ଦେଶ, ଗୋଟିଏ ପୁଲିସ ପୋଷାକ’ ମୁଁ କେବଳ ଏହି ଚିନ୍ତାଧାରା ଆପଣଙ୍କ ବିଚାର ପାଇଁ ରଖୁଛି” ବୋଲି ସେ କହିଥିଲେ । ସେହିପରି ସେ ପର୍ଯ୍ୟଟନ ସଂକ୍ରାନ୍ତ ପୁଲିସର ଅବସ୍ଥା ନେଇ ସେମାନଙ୍କ ସାମର୍ଥ୍ୟ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପର୍ଯ୍ୟଟକଗଣ ଯେକୌଣସି ସ୍ଥାନର ଖାତି ସବୁଠାରୁ ବଡ଼ ଓ ଦ୍ରୁତ ଗତିର ରାଷ୍ଟ୍ରଦୂତ ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ ମଧ୍ୟ ସମ୍ବେଦନଶୀଳତାର ପ୍ରାଧାନ୍ୟ ଉପରେ ଗୁରୁତ୍ୱ ଆରୋପ କରିବା ସହ ବ୍ୟକ୍ତିଗତ ସମ୍ପର୍କ ଆବଶ୍ୟକତା ଉପରେ କହିଥିଲେ । ବିଶେଷ କରି ବରିଷ୍ଠ ନାଗରିକଗଣ ବୈଶ୍ୱିକ ମହାମାରୀ କାଳରେ ପୁଲିସକୁ ଡାକିବା ବିଷୟ ସେ ଉଦାହରଣ ଦେଇଥିଲେ । ପ୍ରଧାନମନ୍ତ୍ରୀ ମାନବୀୟ ମେଧା ସହ ବୈଷୟିକ ମେଧାର ପ୍ରୟୋଗ ନେଇ କହିଥିଲେ । ଭାରତର ପ୍ରତିପତ୍ତି ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ନୂତନ ଆହ୍ୱାନଗୁଡ଼ିକ ନେଇ ସତର୍କ ରଖିବା ଉପରେ ମଧ୍ୟ ସେ ଗୁରୁତ୍ୱ ଆରୋପ କରିଥିଲେ ।
ସାମାଜିକ ଗଣମାଧ୍ୟମର ସମ୍ଭାବନାକୁ ଲକ୍ଷ୍ୟ କରି ଶ୍ରୀ ମୋଦୀ କହିଥିଲେ ଯେ ଏହାକୁ କେବଳ ତଥ୍ୟର ଉତ୍ସ ଭାବେ ବିବେଚନା କରିବା ଅନୁଚିତ । ଏକ ମିଛ ଖବର ମଧ୍ୟ ଦେଶରେ ହଇଚଇ ସୃଷ୍ଟି କରି ଦେଇପାରେ । ଅତୀତରେ ମିଥ୍ୟା ଖବର ଯୋଗୁ ଚାକିରି ସଂରକ୍ଷଣ ନେଇ ହୋଇଥିବା ଘଟଣାର ଶ୍ରୀ ମୋଦୀ ସମାଲୋଚନା କରିଥିଲେ । ଜଣେ ଅନ୍ୟଜଣକ ନିକଟକୁ କୌଣସି ଖବର ପଠାଇବା ପୂର୍ବରୁ ତାକୁ ଟିକିନିଖି ବିଶ୍ଲେଷଣ କରି ପଠାଇବା ନେଇ ଜନସାଧାରଣଙ୍କୁ ସଚେତନ କରାଇବା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଥିଲେ । “ଆମକୁ ପ୍ରଯୁକ୍ତିଗତ ଜ୍ଞାନ ସାହାଯ୍ୟରେ ମିଛ ଖବର ପ୍ରଚାରିତ ହେବା ରୋକିବାକୁ ହେବ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ବେସାମରିକ ପ୍ରତିରକ୍ଷା ଉପରେ ମଧ୍ୟ ଆଲୋକପାତ କରିବା ସହ ନିଅାଁ ଲିଭାଳି ଦଳ ଓ ପୁଲିସ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଡ୍ରିଲମାନ ଆୟୋଜନ କରି ଛାତ୍ରଛାତ୍ରୀଙ୍କୁ ଏ ସମ୍ପର୍କରେ ସଚେତନ କରିବାକୁ ପରାମର୍ଶ ଦେଇଥିଲେ ।
ଭୂମିଗତ ଆତଙ୍କବାଦ ସମୂଳେ ନଷ୍ଟ କରିବାର ଆବଶ୍ୟକତା ଉପରେ ଜୋର ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ସରକାର ନିଜର ସାମର୍ଥ୍ୟ ଓ ବୁଝିବା ଉପରେ କିଛି କିଛି କରୁଛନ୍ତି । ତେଣୁ ସମସ୍ତେ ଏକାଠି ହୋଇ ପରିସ୍ଥିତିକୁ ସୁଧାରିବାକୁ ହେବ । ସେ କହିଥିଲେ, “ସେ ବନ୍ଧୁକ ହେଉ ବା କଲମ ମୂନ ପ୍ରତ୍ୟେକ ପ୍ରକାର ନକ୍ସଲବାଦର ମୂଳୋତ୍ପାଟନ ଆବଶ୍ୟକ । କାରଣ ସେମାନଙ୍କୁ ଦେଶର ଯୁବ ସମାଜକୁ ଖରାପ ରାସ୍ତାକୁ ନେବାରୁ ରୋକିବାକୁ ପଡ଼ିବ” । ସେମାନେ ନିଜର ମେଧାର ଉପଯୋଗ କରି ଆଗାମୀ ପିଢ଼ିର ମନକୁ କଳୁଷିତ କରୁଥିବା ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଥିଲେ । ଦେଶର ଏକତା ଓ ଅଖଣ୍ଡତା ତଥା ସର୍ଦ୍ଦାର ପଟେଲଙ୍କ ପ୍ରେରଣା ଯୋଗୁ ଆମେ ଏହିଭଳି ଗୋଷ୍ଠୀକୁ କେବେ ମଧ୍ୟ ମୁଣ୍ଡ ଟେକିବାକୁ ଅନୁମତି ଦେବା ନାହିଁ । ଏହି ଗୋଷ୍ଠୀ ଆନ୍ତର୍ଜାତିକ ସାହାଯ୍ୟ ପାଉଛନ୍ତି ବୋଲି ସେ କହିଥିଲେ ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗତ ୮ ବର୍ଷ ମଧ୍ୟରେ ଦେଶରେ ନକ୍ସଲ ପ୍ରଭାବିତ ଜିଲ୍ଲାଗୁଡ଼ିକର ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି । “ସେ ଜମ୍ମୁ ଓ କଶ୍ମୀର ହେଉ ବା ଉତ୍ତର-ପୂର୍ବାଂଚଳ, ଆମେ ସ୍ଥାୟୀ ଶାନ୍ତି ପାଇଁ ଦ୍ରୁତ ଗତିରେ ଆଗେଇ ଚାଲିଛୁୂ । ଆମେ ଏହି ସବୁ ଅଞ୍ଚଳରେ ଭିତ୍ତିଭୂମି ସହ ଦ୍ରୁତ ଉନ୍ନୟନ ଦିଗରେ ଆଲୋକପାତ କରିବୁ ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଜଣାଇଥିଲେ ଯେ କେନ୍ଦ୍ର ସରକାର ସୀମା ଓ ଉପକୂଳ ଅଞ୍ଚଳର ଏକ ଅଭିଯାନ ସ୍ୱରୂପ ବିକାଶ କାର୍ଯ୍ୟ ହାତକୁ ନେଉଛନ୍ତି, ଯାହା ଫଳରେ ସେଠାକୁ ଅନ୍ୟତ୍ର ଯାଇଥିବା ଲୋକେ ପୁଣି ସେଠାକୁ ଫେରି ଆସିବେ । ଏହି ସବୁ ଅଞ୍ଚଳରେ ମାଦକ ଦ୍ରବ୍ୟ ଓ ଚୋରା ଚାଲାଣ ରୋକିବାକୁ ଅନେକ ଦିନ ଲାଗୁଥିବାରୁ ଥିବାରୁ ସୀମା ଓ ଉପକୂଳରେ ଥିବା ରାଜ୍ୟ ସହ ଯୋଜନା କାର୍ଯ୍ୟକାରୀ କରିବାକୁ ସମନ୍ୱୟ ରକ୍ଷା ଉପରେ ସେ ଗୁରୁତ୍ୱ ଆରୋପ କରିଥିଲେ ।
ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ ଡିଜିପି ସମ୍ମିଳନୀରେ ବାହାରିଥିବା ପ୍ରସ୍ତାବଗୁଡ଼ିକ ଉପରେ ଗୁରୁତ୍ୱର ସହ ଅନେକ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ । ନୂତନ ବର୍ଜ୍ୟ ବସ୍ତୁ ପରିହାର ନୀତି ପରିପ୍ରେକ୍ଷୀରେ ସେମାନଙ୍କ ଯାନବାହନ ସମ୍ପର୍କରେ ସମୀକ୍ଷା କରିବାକୁ କହିଥିଲେ । “ପୁଲିସ ଯାନବାହନ ଏହାର ସାମର୍ଥ୍ୟର ଆବଶ୍ୟକତା ଦୃଷ୍ଟିରୁ କେବେ ବି ପୁରୁଣା ହେବା ଅନୁଚିତ” ବୋଲି ସେ କହିଥିଲେ ।
ସେ ପ୍ରତିଶ୍ରୁତି ଦେଇଥିଲେ ଯେ ଯଦି ଆମେ ଜାତୀୟ ପରିପ୍ରେକ୍ଷୀରେ ବିଚାର କରୁ ତାହାଲେ ପ୍ରତ୍ୟେକ ଆହ୍ୱାନ ଆମକୁ ଛୋଟ ଲାଗିବ । “ଏହି ‘ଚିନ୍ତନ ଶିବିର’ରେ ଆହୁରି ଉନ୍ନତ ପ୍ରସ୍ତାବ ସହ ରୋଡମ୍ୟାପ ସାମ୍ନାକୁ ଆସିବ । ମୁଁ ଆପଣମାନଙ୍କ ଶୁଭେଚ୍ଛା କାମନା କରୁଛି” କହି ପ୍ରଧାନମନ୍ତ୍ରୀ ବକ୍ତବ୍ୟ ସମାପନ କରିଥିଲେ ।
ପୃଷ୍ଠଭୂମି:
ଅକ୍ଟୋବର ୨୭, ୨୮ ଦୁଇଦିନ ଧରି ହରିୟାନାର ସୂରଜକୁଣ୍ଡ ଠାରେ ‘ଚିନ୍ତନ ଶିବିର’ ଅନୁଷ୍ଠିତ ହେଉଛି । ରାଜ୍ୟର ଗୃହ ସଚିବ ଓ ପୁଲିସ ମହାନିର୍ଦେଶକ, କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ) ଓ କେନ୍ଦ୍ରୀୟ ପୁଲିସ ସଂଗଠନ (ସିପିଓଏସ) ମଧ୍ୟ ଏହି ଚିନ୍ତନ ଶିବିରରେ ଭାଗ ନେବେ ।
ଦେଶର ଆଭ୍ୟନ୍ତରୀଣ ନିରାପତ୍ତା ବିଷୟ ନେଇ ଜାତୀୟ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ୱାଧୀନତା ଦିବସରେ ଘୋଷିତ ପଞ୍ଚପ୍ରାଣ ନୀତି ଭିତ୍ତିରେ ନୀତି ନିର୍ଦ୍ଧାରଣ ପାଇଁ ଗୃହ ମନ୍ତ୍ରୀମାନଙ୍କ ଏହି ‘ଚିନ୍ତନ ଶିବିର’ ଅନୁଷ୍ଠିତ ହେଉଛି । ସମନ୍ୱୟ ସଂଘୀୟତନ୍ତ୍ର ଆଦର୍ଶକୁ ଭିତ୍ତିକରି ଏହି ଶିବିର ଯୋଗୁ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଯୋଜନା ଓ ସମନ୍ୱୟ ନେଇ ଅଧିକ ତାଳମେଳ ରହିବ ।
ଏହି ଶିବିରରେ ପୁଲିସ ବଳର ଆଧୁନିକୀକରଣ, ସାଇବର ଅପରାଧ ପରିଚାଳନା, ଅପରାଧିକ ନ୍ୟାୟ ମାମଲାରେ ଅଧିକ ସୂଚନା ଓ ପ୍ରଯୁକ୍ତିବିଦ୍ୟାର ଉପଯୋଗ, ଭୂମି, ସୀମା ପାଇଥିବା ଉପକୂଳ ସୁରକ୍ଷା, ମହିଳା ସୁରକ୍ଷା ଓ ମାଦକ ଦ୍ରବ୍ୟ ଚୋରା ଚାଲାଣ ଇତ୍ୟାଦି ବିଷୟରେ ମୁଖ୍ୟତଃ ଆଲୋଚନା ହେବ ।